ଗଜରା ପାଇଁ ୧.୨୫ ଲକ୍ଷ ଟଙ୍କାର ଫାଇନ୍ ଦେଲେ ଅଭିନେତ୍ରୀ, କାରଣ ଜାଣିଲେ ଲାଗିବ ୪୪୦ ଭୋଲ୍ଟର ଝଟକା

ସାମାନ୍ୟ ଗଜରା ପାଇଁ ଅଭିନେତ୍ରୀଙ୍କୁ ଦେବାକୁ ପଡିଲା ମୋଟା ଅଙ୍କର ଫାଇନ୍।

ମୁମ୍ୱାଇ: ଗଭାରେ ଗଜରା ଲଗାଇବା ପ୍ରାୟତଃ ମହିଳାମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ। ହେଲେ ଯଦି ଏହି ଗଜରା ପାଇଁ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼େ ତେବେ ପରିସ୍ଥିତି କ’ଣ ହେବ? ଆପଣ କ’ଣ ଆଉ ଗଜରା ପିନ୍ଧିବାକୁ ଚାହିଁବେ।

ହଁ ଆଜ୍ଞା କଥାଟି ସତ ଗଜରା ପାଇଁ ଟଙ୍କାଟେ କି ଦୁଇ ଟଙ୍କା ନୁହେଁ ଏକାଥରେ ଦେଢ଼ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିଛି ଜଣେ ଅଭିନେତ୍ରୀଙ୍କୁ।

ଏକଥା ଆମେ କହୁନାହୁଁ ଫାଇନ୍ ଦେଇଥିବା ଅଭିନେତ୍ରୀ ଜଣକ ଏକଥା ନିଜେ କହିଛନ୍ତି।  ଯିଏ ନିକଟରେ ଏକ ଗଜରା ଯୋଗୁଁ ଅସୁବିଧାରେ ପଡ଼ିଥିଲେ ଏବଂ ଏଥିପାଇଁ ତାଙ୍କୁ ପ୍ରାୟ ଲକ୍ଷାଧିକ ଟଙ୍କା ଫାଇନ୍ ଦେବାକୁ ପଡିଥିଲା।

ଯଦି ଆପଣ ଭାବୁଛନ୍ତି ଯେ ଘଟଣା କ’ଣ, ତେବେ ଆମେ ଆପଣଙ୍କୁ କହିବୁ। ନିକଟରେ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ନଭ୍ୟା ନାୟାର ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।

ସେ ମାଲାୟଲି ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଓଣମ ଉତ୍ସବରେ ଅଂଶଗ୍ରହଣ କରିବାକୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାଇଥିଲେ, କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କ ସହିତ ଏପରି ଏକ ଘଟଣା ଘଟିଗଲା ଯାହା ସେ କେବେ କଳ୍ପନା କରିନଥିଲେ।

ଗଜରା ପାଇଁ ମୋଟା ଅଙ୍କର ଟଙ୍କା ଗଣିଲେ: ନଭ୍ୟା ମେଲବୋର୍ଣ୍ଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ତାଙ୍କ ହ୍ୟାଣ୍ଡବ୍ୟାଗରେ ଜସ୍ମିନ୍ ଫୁଲ ଥିବାରୁ ଅଷ୍ଟ୍ରେଲିଆର ସୀମା ସୁରକ୍ଷା ତାଙ୍କୁ ଅଟକାଇଥିଲା।

୧୫ ସେମି ଲମ୍ବର ଏକ ଛୋଟ ଜସ୍ମିନ୍ ମାଳା ପାଇଁ ତାଙ୍କୁ ୧୯୮୦ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୧.୨୫ ଲକ୍ଷ) ର ଏକ ବଡ଼ ଜରିମାନା ଦେବାକୁ ପଡିଥିଲା।

ସେ ନିଜେ ଓନମ୍ ଉତ୍ସବର ମଞ୍ଚରୁ ଏହି ଘଟଣା ସେୟାର କରିଥିଲେ। ନଭ୍ୟା କହିଥିଲେ ଯେ ତାଙ୍କ ବାପା କୋଚି ବିମାନବନ୍ଦରରୁ ତାଙ୍କ ପାଇଁ ଏହି ଗଜରା କିଣିଥିଲେ। ସେ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କ ଗଜରାକୁ ଖଣ୍ଡ ଖଣ୍ଡ କରିଦିଆଯାଇଥିଲା।

ବ୍ୟାଗରେ ଗଜରା କେଉଁଠୁ ଆସିଲା: ନଭ୍ୟା କୋଚିରୁ ସିଙ୍ଗାପୁର ଯାଉଥିବା ବିମାନରେ ଗୋଟିଏ ପିସ୍ ପିନ୍ଧିଥିଲେ, କିନ୍ତୁ ସିଙ୍ଗାପୁର ପହଞ୍ଚିବା ବେଳକୁ ତାହା ଶୁଖି ଯାଇଥିଲା।

ସେ ଦ୍ୱିତୀୟ ପିସ୍ କୁ ତାଙ୍କ ହ୍ୟାଣ୍ଡବ୍ୟାଗରେ ଏକ ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗରେ ରଖିଥିଲେ ଯାହାଦ୍ୱାରା ସେ ସିଙ୍ଗାପୁର ବିମାନବନ୍ଦରରେ ପୁଣି ପିନ୍ଧିପାରିବେ। ନଭ୍ୟା ଜାଣି ନଥିଲେ ଯେ ଏହିପରି ଭାବରେ ଅଷ୍ଟ୍ରେଲିଆକୁ ଫୁଲ ଆଣିବା ଆଇନ ବିରୁଦ୍ଧ।

ବିମାନବନ୍ଦରର ଅଧିକାରୀମାନେ ତାଙ୍କ ବ୍ୟାଗ ଯାଞ୍ଚ କରିବା ସମୟରେ ଜସ୍ମିନ୍ ଫୁଲ ଦେଖିବା ପରେ ସେମାନେ ତାଙ୍କୁ ଅଟକାଇ ତୁରନ୍ତ ଜରିମାନା କରିଥିଲେ।

ମଞ୍ଚ ଉପରେ ଭାଷଣ ଦେଇ ନଭ୍ୟା କହିଥିଲେ, ‘ମୁଁ ଜାଣିଛି ମୁଁ ଭୁଲ କରିଛି, କିନ୍ତୁ ଏହା ଜାଣିଶୁଣି କରି ନଥିଲା। ମୁଁ କେବଳ ମୋ ବାପାଙ୍କ ନିର୍ଦ୍ଦେଶରେ ସେହି ଗଜରା ପିନ୍ଧିଥିଲି। ହେଲେ ସେମାନେ ମୋତେ ୨୮ ଦିନ ମଧ୍ୟରେ ଜରିମାନା ଦେବାକୁ କହିଛନ୍ତି।’

ଏହି ନିୟମ ଯୋଗୁଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ: ଅଷ୍ଟ୍ରେଲିଆର ଜୈବ-ସୁରକ୍ଷା ଆଇନ ଏହି କ୍ଷେତ୍ରରେ ବହୁତ କଠୋର। ଅଷ୍ଟ୍ରେଲିଆନ ସୀମା ବଳ ୱେବସାଇଟ୍ ଅନୁଯାୟୀ ସରକାରୀ ଅନୁମତି ବିନା ଦେଶକୁ ‘ଉଦ୍ଭିଦ, ଫୁଲ ଏବଂ ବିହନ’ ଭଳି ଜୈବିକ ସାମଗ୍ରୀ ଆଣିବା ନିଷେଧ।

କାରଣ ଏହି ସାମଗ୍ରୀଗୁଡ଼ିକ କୀଟପତଙ୍ଗ, ରୋଗ ଏବଂ ଜୈବିକ ଅସନ୍ତୁଳନ ସୃଷ୍ଟି କରିପାରେ। ବିଶେଷକରି ସେହି ଫୁଲ ଏବଂ ବିହନଗୁଡ଼ିକୁ ବିପଦଜନକ ଭାବରେ ବର୍ଗୀକୃତ କରାଯାଏ। ଯଦି ସେଥିରେ ମାଟି, ପତ୍ର, ବିନ୍ସ କିମ୍ବା କାଣ୍ଡର ଅବଶେଷ ମିଳେ।

ଏହି ଘଟଣା ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଚେତାବନୀ।  ଆଇନର ଅଜ୍ଞତା ଯୋଗୁଁ ଏପରି ଏକ ଛୋଟ ଛୋଟ ଭୁଲ ବି ମହଙ୍ଗା ସାବ୍ୟସ୍ତ ହୋଇପାରେ।  ଯେପରି ନାଭ୍ୟା ନାୟାରଙ୍କ ସହିତ ଘଟିଲା।