fbpx

Big Breaking: କଂଗ୍ରେସ ଛାଡିଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା

Advertisement

ଭୁବନେଶ୍ୱର: ଲୋକସଭା ଏବଂ ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ବର୍ତ୍ତମାନ ରାଜନୈତିକ ମହଲରେ ଦଳ ଅଦଳ ବଦଳ ପ୍ରକ୍ରିୟା ଚଲିଛି । ଏହାରି ମଧ୍ୟରେ ବର୍ତ୍ତମାନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା । ସେ ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ପିସିସି ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି । ଗଣେଶ୍ୱର ବେହେରା ପୂର୍ବତନ ମନ୍ତ୍ରୀ ଥିଲେ ।

ଗଣେଶ୍ୱର ବେହେରା କେନ୍ଦ୍ରାପଡାର ବରିଷ୍ଠ ନେତା । ଗଣେଶ୍ୱରଙ୍କ ଏଭଳି ପଦକ୍ଷେପ ପାଇଁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ନେତାମାନେ କଂଗ୍ରେସରୁ ଧିରେ ଧିରେ ଇସ୍ତଫା ଦେଉଛନ୍ତି, ତେଣୁ ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ କଂଗ୍ରେସ ନିଜର ପାର୍ଥୀ ତାଲିକା ଘୋଷଣା କରିନଥିବା ବେଳେ ବର୍ତ୍ତମାନ ଦଳରୁ ଜଣେ ଜଣେ ଇସ୍ତଫା ଦେଉଛନ୍ତି । ତେବେ ଗଣେଶ୍ୱର ବେହେରା କେଉଁ ଦଳରେ ସାମିଲ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.