fbpx
BSKY
BJD SHG SKY
BJD YOUTH SKY

ଗୁଡୁ ମୁସଲିମର ସନ୍ଧାନ ମିଳିଲା! ପୋଲିସକୁ ମିଳିଲା ବଡ଼ ସୁରାକ, ଓଡ଼ିଶା ସମେତ ୭ଟି ରାଜ୍ୟରେ ଲୁଚିଥିଲା ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମଦର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମ ବାବଦରେ ଏକ ନୂଆ ସୁରାକ୍ ମିଳିଛି । ପୂର୍ବରୁ ଗୁଡୁ ଓଡ଼ିଶାର ବରଗଡ଼ରେ ୧୨ ଦିନ ଧରି ଲୁଚି ରହିଥିବା କୁହାଯାଉଥିଲା । ଗୁଡୁକୁ ନେଇ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲେ ହେଁ ସେ ବାରମ୍ବାର ପୋଲିସକୁ ଚକମା ଦେବାରେ ସଫଳ ହୋଇଛି । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସେ ସଫଳତାର ସହିତ ଖସିବାରେ ସକ୍ଷମ ହେଉଛି ।

ଅତିକ ଓ ତା’ର ଭାଇ ଆଶରଫର ହତ୍ୟା ପରେ ଏବେ ପୋଲିସର ମୁଖ୍ୟ ଟାର୍ଗେଟରେ ରହିଛି ଗ୍ୟାଙ୍ଗଷ୍ଟର ଗୁଡୁ । ଏହା ମଧ୍ୟରେ ଗୁଡୁ ଗୋଆରେ ପହଞ୍ଚି ଯାଇଥିବା ନେଇ ସୁରାକ୍ ପାଇଛି ପୋଲିସ । ଏହା ପୂର୍ବରୁ ସେ ଓଡ଼ିଶା-ଛତିଶଗଡ଼ ବର୍ଡର ଅଞ୍ଚଳରେ ଲୁଚି ରହିଥିଲା । ବରଗଡ଼ରେ ସେ ରାଜା ଖାନଙ୍କ ସହଯୋଗରେ ରହୁଥିବା ବେଳେ ଗୋଆରେ ଗ୍ୟାଙ୍ଗଷ୍ଟର ଅନୱର ଶେଖଙ୍କ ଛତ୍ରଛାୟାରେ ରହିଥିବା ଜଣାପଡ଼ିଛି । କିଛି ଲୋକଙ୍କ ସାହାଯ୍ୟ ନେଇ ସେ ଗୋଆରେ ପହଞ୍ଚିଥିବା ଜଣାପଡ଼ିଛି ।

ଉମେଶ ପାଲଙ୍କୁ ଗୁଳି କରି ହତ୍ୟା କରିବା ପରେ ଗୁଡୁ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରହୁଥିଲା । ସେଠାରେ ସେ ଜଣେ ବିଲଡରଙ୍କ ସମ୍ପର୍କରେ ଆସିଥିଲା ଓ ତାଙ୍କ ସହଯୋଗରେ ସେ ଗୋଆ ଯିବାକୁ ପ୍ଲାନ କରିଥିଲା । ତେବେ ଏହି ଖବର ପାଇବା ପରେ ଏସଟିଏଫର ଏକ ଟିମ୍ ଗୋଆ ଯିବାକୁ ପ୍ରସ୍ତୁତ ହେଉଛି । ଫେରାର ଗ୍ୟାଙ୍ଗଷ୍ଟର ଗୁଡୁର ଲୋକେସନ ୭ଟି ରାଜ୍ୟ ଦେଖାଉଛି । ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼ର ବିଭିନ୍ନ ସ୍ଥାନରେ ସେ ରହିଥିଲା ।

Get real time updates directly on you device, subscribe now.