fbpx

ପରଲୋକରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ: ୮୯ ବର୍ଷ ବୟସରେ ମୃତ୍ୟୁ

ମୁମ୍ବାଇ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନରୁ ଅସୁସ୍ଥ ଥିବା ବେଳେ ଆଜି ୮୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଲେଖକ ତଥା ସାମାଜିକ-ରାଜନୈତିକ କାର୍ଯ୍ୟକର୍ତ୍ତା ଅରୁଣ ଗାନ୍ଧୀଙ୍କ ଅନ୍ତିମ ସଂସ୍କାର କୋଲହାପୁରରେ ହେବା ନେଇ ପ୍ରକାଶ କରିଛନ୍ତି ପୁଅ ତୁଷାର ଗାନ୍ଧୀ ।

ଅରୁଣ ଗାନ୍ଧୀ ନିଜକୁ ‘ପିସ୍ ଫାର୍ମର’ ବୋଲି କହୁଥିଲେ । ବେତାନୀ ହେଗେଡସ ଏବଂ ଇଭାନ ତୁର୍କର ସଚିତ୍ର ‘କସ୍ତୁରବା, ଦ ଫରଗଟେନ ଓମ୍ୟାନ’ ଏବଂ ‘ଗ୍ରାଣ୍ଡଫାଦର ଗାନ୍ଧୀ’ ଲେଖିଛନ୍ତି । ,ହାସହିତ ‘ଦ ଗିଫ୍ଟ ଅଫ ଆଭ୍ଗର: ଆଣ୍ଡ ଅଦର ଲେସନ ଫ୍ରମ୍ ମାଇଁ ଗ୍ରାଣ୍ଡପାଦର ମହାତ୍ମା ଗାନ୍ଧୀ’ ଇତ୍ୟାଦି ପୁସ୍ତକ ମଧ୍ୟ ରଚନା କରିଛନ୍ତି ଅରୁଣ । ୧୯୩୪ ମସିହା ଡରବନରେ ଅରୁଣ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ । ମଣିଲାଲ ଗାନ୍ଧୀ ଏବଂ ସୁଶୀଲା ମଶରୁବାଲାଙ୍କ ପୁତ୍ର ଥିଲେ ଅରୁଣ । ଜେଜେବାପାଙ୍କ ଆଦର୍ଶରେ ସେ ଏକ ସାମାଜିକ କାର୍ଯ୍ୟକର୍ତ୍ତା ଭାବରେ ନିଜକୁ ଗଢି ତୋଳିଥିଲେ । ଏହାବ୍ୟତୀତ ସେ ଜଣେ ସାମ୍ବାଦିକ ଭାବେ କାଯ୍ୟ କରୁଥିଲେ ।

Get real time updates directly on you device, subscribe now.