fbpx

କଂଗ୍ରେସ ଜାରି କଲା ଘୋଷଣାପତ୍ର, PFI ସହିତ କଲେ ବଜରଙ୍ଗ ଦଳର ତୁଳନା, କହିଲେ ବ୍ୟାନ କରିଦେବୁ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିଜର ଘୋଷଣାପତ୍ର ଜାରି କରିଛି । ଘୋଷଣାପତ୍ରରେ କଂଗ୍ରେସ ବଜରଙ୍ଗ ଦଳକୁ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ସହିତ ତୁଳନା କରିଛି ଏବଂ ଯଦି ସେମାନେ ନିର୍ବାଚନ ଆସନ ହାସଲ କରୁଛନ୍ତି, ତେବେ ତାକୁ ଆମେ ବ୍ୟାନ କରିଦେବୁ । କଂଗ୍ରେସ ନିଜର ନିର୍ବାଚନ ଘୋଣଷାପତ୍ରରେ ଗୃହ ଜ୍ୟୋତି, ଗୃହ ଲକ୍ଷ୍ମୀ, ଯୁବ ନିଧି ଶକ୍ତିର ପାଞ୍ଚଟି ଗ୍ୟାରେଣ୍ଟି କଥାକୁ ଦୋହରାଇଛି । ଗତକାଲି ବିଜେପି ମଧ୍ୟ ନିଜର ଘୋଷଣା ପତ୍ର ଜାରି କରିଛି । ସେଥିରେ ମଧ୍ୟ ଅନେକ ଜନକଲ୍ୟାଣ ଯୋଜନା ସହିତ ଗରିବଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଦେବା ପାଇଁ କୁହାଯାଇଛି ।

କଂଗ୍ରେସ ଏହାର ଘୋଷଣାପତ୍ରରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି ଯେ, ଯଦି କ୍ଷମତାକୁ ଆସେ ତେବେ ଗୃହ ଜ୍ୟୋତି ଅଧୀନରେ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ। ଗୃହ ଲକ୍ଷ୍ମୀରେ ପରିବାରର ମୁଖ୍ୟଙ୍କୁ ଦୁଇ ହଜାର ଟଙ୍କା ଏବଂ ଆନ୍ନା ଭାଗିଆରେ ଦଶ କିଲୋଗ୍ରାମ ଖାଦ୍ୟ ଶସ୍ୟ ପ୍ରତିଜ୍ଞା କରାଯାଇଛି। ଏହା ସହିତ ପଶୁପାଳନକୁ ପ୍ରୋତ୍ସାହନ ଦେବା ପାଇଁ ଏବଂ ଗାଁରେ କମ୍ପୋଷ୍ଟ ଖତ କେନ୍ଦ୍ର ପ୍ରତିଷ୍ଠା ପାଇଁ କଂଗ୍ରେସ ପ୍ରତି କିଲୋଗ୍ରାମ ପିଛା 3 ଟଙ୍କାରେ ଗାଈ ଗୋବର କିଣିବାକୁ ପ୍ରତିଶୃତି ଦେଇଛି।

କଂଗ୍ରେସ ଘୋଷଣାପତ୍ର କୁହାଯାଇଛି ଯେ, ଯୁବ ପାଣ୍ଠି ଅଧୀନରେ ବେକାର ସ୍ନାତକମାନଙ୍କୁ ଏକ ମାସରେ ତିନି ହଜାର ଟଙ୍କା ଏବଂ ବେକାର ଡିପ୍ଲୋମା ଧାରକମାନଙ୍କୁ ଦେଢ଼ ହଜାର ଟଙ୍କା ଦିଆଯିବ। ଏଥି ସହିତ ଶକ୍ତି ଯୋଜନା ଅଧୀନରେ ସମସ୍ତ ମହିଳାଙ୍କୁ ସାରା ରାଜ୍ୟରେ KSRTC / BMTC ବସ୍ ରେ ମାଗଣା ଭ୍ରମଣ ସୁବିଧା ଦିଆଯିବ।

ଘୋଷଣାପତ୍ର ପ୍ରକାଶ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ, “ମୁଁ ସରକାରଙ୍କ ପ୍ରଥମ ଦିନରେ, ପ୍ରଥମ କ୍ୟାବିନେଟ ବୈଠକରେ ସମସ୍ତ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବ ବୋଲି ମୁଁ ଷଷ୍ଠ ଗ୍ୟାରେଣ୍ଟି ଦେଉଛି। “

Get real time updates directly on you device, subscribe now.