fbpx

ଗଣମାଧ୍ୟମ ବିନା କୋର୍ଟ ନିଷ୍ପତ୍ତି ଅର୍ଥହୀନ ! ହାଇକୋର୍ଟ ବିଚାରପତି ଏପରି କଲେ ଗଣମାଧ୍ୟମର ପ୍ରଂଶସା

ନୂଆଦିଲ୍ଲୀ : କେରଳ ହାଇକୋର୍ଟର ଜଷ୍ଟିସ ଦେବନ ରାମଚନ୍ଦ୍ରନ ଭାରତୀୟ ଗଣମାଧ୍ୟମକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଗଣମାଧ୍ୟମ ବିନା ଆମର ନିଷ୍ପତ୍ତି ଏବଂ ଆଦେଶର କୌଣସି ଅର୍ଥ ନାହିଁ। ଏଥି ସହିତ ‘ଗଣମାଧ୍ୟମ ନିଜେ ଏକ ଗଣତନ୍ତ୍ର’ ସେ ବୋଲି ବର୍ଣ୍ଣନା କରିଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ସେ ଗଣମାଧ୍ୟମର ସ୍ୱାଧୀନତା ଉପରେ ମଧ୍ୟ ଚେତାବନୀ ଦେଇଛନ୍ତି।

କୋଜିକୋଡେ ପ୍ରେସ କ୍ଲବ୍ର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଷ୍ଟିସ ରାମଚନ୍ଦ୍ରନ ‘ଗଣତାନ୍ତ୍ରିକ ଭାରତରେ ପ୍ରେସର ଗୁରୁତ୍ୱ’ ପ୍ରସଙ୍ଗରେ କହିଥିଲେ। ସେ କହିଛନ୍ତି, ‘ଲୋକଙ୍କ ମତାମତ ଜାଣିବା ପାଇଁ ମୁଁ ଗଣମାଧ୍ୟମ ଉପରେ ନିର୍ଭର କରେ । ମୁଁ ସର୍ବଦା କହିଥାଏ ଯେ ଯେପର୍ଯ୍ୟନ୍ତ ଲୋକମାନେ ଆମର ଆଦେଶ ଏବଂ ନିଷ୍ପତ୍ତି ଏହା ଜାଣି ନାହାଁନ୍ତି, ତାହା ଅର୍ଥହୀନ । ଯଦି ଗଣମାଧ୍ୟମ ନ୍ୟାୟପାଳିକାକୁ ରିପୋର୍ଟକୁ ସାର୍ବଜନୀନ କରିବ ନାହିଁ ତେବେ ଆମର ନିଷ୍ପତ୍ତି କେବଳ ରିପୋର୍ଟ ପତ୍ରିକାରେ ରହିଯିବ ।

ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ସମ୍ପର୍କରେ ସେ ଚେତାବନୀ ମଧ୍ୟ ଦେଇଛନ୍ତି। ଜଷ୍ଟିସ୍ କହିଛନ୍ତି, ‘… କଳ୍ପନା କରନ୍ତୁ ଯେ ପ୍ରେସ୍ ଉପରେ ଯଦି ନିଷେଧାଦେଶ ଜାରି କରାଯାଏ, ତେବେ କିଭଳି ପରିସ୍ଥିତି ସୃଷ୍ଟି ହେବ । ଜନସାଧାରଣ କ’ଣ ଚାହୁଁଛନ୍ତି ଏବଂ ଆମେ କ’ଣ ଚାହୁଁଛୁ ତାହା ସଠିକ୍ ଭାବେ ବୁଝାପଡିବ ନାହିଁ ଏବଂ କାର୍ଯ୍ୟକାରୀ ହେବ ନାହିଁ । ଯାହା ବିଦ୍ରୋହର କାରଣ ହେବ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଯେଉଁ ନିଷ୍ପତ୍ତି ନିଆଯାଏ, ଏହାର କାରଣ ହେଉଛି ପ୍ରେସ। ଏହା ହେଉଛି ଗଣମାଧ୍ୟମର ଗୁରୁତ୍ୱ । ସେ କହିଛନ୍ତି ଯେ ଗଣମାଧ୍ୟମ ମାଧ୍ୟମରେ ହିଁ ଆମେ ଭଲ କାମ କରୁଛୁ କି ନାହିଁ ତାହା ଜାଣିପାରୁଛୁ । ଜଷ୍ଟିସ୍ କହିଛନ୍ତି, ଆମେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି କହିଥାଉ, କାରଣ ଆମେ ସାର୍ବେଭୈମତ୍ତ୍ୱ ଶକ୍ତିକୁ ବୁଝୁଛିୁ । ସେ ଆହୁରି କହିଛନ୍ତି ଯେ ତିନି ଗୋଡ଼ିଆ ଷ୍ଟୁଲ ଠିଆ ହୋଇପାରିବ ନାହିଁ, ଆମକୁ ଚତୁର୍ଥ ଗୋଡ଼ିଆ ଗଣମାଧ୍ୟମ ଦରକାର, ଯାହା ସମଗ୍ର ସିଷ୍ଟମକୁ ସ୍ଥିରତା ଦେଇଥାଏ।

ଜଷ୍ଟିସ ରାମଚନ୍ଦ୍ରନ ମଧ୍ୟ ପ୍ରେସ ଫ୍ରିଡମ ଇଣ୍ଡେକ୍ସକୁ ସୂଚାଇ ଭାରତୀୟ ଗଣମାଧ୍ୟମକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଭାରତୀୟ ଗଣମାଧ୍ୟମ ଏକ ଚମତ୍କାର କାର‌୍ୟ୍ୟ କରିଛି। ସେ କହିଛନ୍ତି ଯେ ସୂଚକାଙ୍କରେ ଆମର ପ୍ରେସ୍ କେଉଁଠାରେ ଥାଉନା କାହିଁକି, କିନ୍ତୁ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ଭାରତୀୟ ଗଣମାଧ୍ୟମ ସବୁଠୁ ଅଧିକ ଉତ୍ସାହିତ ହୋଇଛି। ବିଶେଷ କଥା ହେଉଛି ପ୍ରେସ ଫ୍ରିଡମ ଇଣ୍ଡେକ୍ସରେ ୧୮୦ ଟି ଦେଶ ମଧ୍ୟରୁ ଭାରତ ୧୫୦ ସ୍ଥାନ ପାଇଛି।

Get real time updates directly on you device, subscribe now.