fbpx

ଗୁଡୁକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମଦର ସହଯୋଗୀ ଗୁଡୁ ମୁସଲିମକୁ ପୋଲିସ ଖୋଜୁଛି । ମାତ୍ର ଗୁଡୁ ୭ଟି ରାଜ୍ୟରେ ଲୁଚି ବୁଲିବା ସହ ପୋଲିସକୁ ଚକମା ଦେଇ ଚାଲିଛି । ଗୁଡୁ ଏବେ ଗୋଆରେ ରହିଥିବା ନେଇ ପୋଲିସକୁ ସୁରାକ୍ ମିଳିଛି । ତେବେ ଏହା ମଧ୍ୟରେ ଆଉ ଜଣେ ଗୁଡୁକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଫେସବୁକରେ ଧାର୍ମିକ ଭାବନା ବିରୋଧୀ ପୋଷ୍ଟ ଅପଲୋଡ କରିବା ଅଭିଯୋଗ ଗ୍ରାମ ପ୍ରଧାନ ମହମ୍ମଦ ଆରିଫ ଓରଫ ଗୁଡୁକୁ ଗିରଫ କରାଯାଇଛି । ତା’ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିଲା । ୨୦୨୧ରେ ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ସହିତ ଏକାଧିକ ମାମଲା ନେଇ ତା’ ବିରୋଧରେ ମାମଲା ଦାୟର ହୋଇଥିଲା । ଅଭିଯୁକ୍ତ ଗୁଡୁ ଗେରୁଆ ପତାକା କାଢ଼ି ଇସଲାମିକ ପତାକା ମନ୍ଦିରରେ ଲଗାଇବା ସହ ତାହାକୁ ସେ ଫେସବୁକରେ ଶେୟାର କରିଥିଲା ।

ଏକ ଗୁପ୍ତ ସୂଚନା ମିଳିବା ପରେ ଗୁଡୁକୁ ବୈକୁଣ୍ଠାପୁର ଫାଟକ ନିକଟରୁ ଗିରଫ କରାଯାଇଥିଲା । ତେବେ ଫେସବୁକରେ ପୋଷ୍ଟ ଅପଲୋଡ୍ କରିଥିବା ନେଇ ସେ ସ୍ୱୀକାର କରିଛି । ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ସହ ଜେଲକୁ ପଠାଇ ଦିଆଯାଇଛି । ଉତ୍ତରପ୍ରଦେଶର ଭୋଜିପୁରା ବରେଲୀ ଥାନା ପୋଲିସ ଗୁଡୁକୁ ଗିରଫ କରିବା ସହ ତା’ ନିକଟରୁ ଏକ ମୋବାଇଲ ସିମ୍ ମଧ୍ୟ ଜବତ କରିଛି । ତା’ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୨୯୫ ସି, ୧୫୩ ଓ ୬୭ ଅଧିନିୟମ ଆଧାରରେ ମାମଲା ଦାୟର କରାଯାଇଛି ।

Get real time updates directly on you device, subscribe now.