ବୌଦ୍ଧ: ଗଞ୍ଜେଇ ଚାଲାଣରେ ୩ଜଣ ଆଇଆରବି ଯବାନ ଗିରଫ ହେବା ଖବର ସାମ୍ନାକୁ ଆସିଛି । ମନମୁଣ୍ଡା ପୋଲିସ ବ୍ୟାରେକ୍ରେ ଚଢାଉ କରିଥିଲା, ଗଞ୍ଜେଇ ଜବତ ପରେ ୩ଜଣ ଜବାନଙ୍କୁ ଗିରଫ କରାଯାଇଛି ।
ସୂଚନାନୁଯାୟୀ, ଏହି ୩ଜଣ ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି । ୩ଜଣ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏ ନେଇ ବୌଦ୍ଧ ଏସପି ରାହୁଲ ଗୋଏଲ ସୂଚନା ଜାରି କରିଛନ୍ତି ।