fbpx

ରାଶି ହିସାବରେ ଏପରି କରନ୍ତୁ ଗଣେଶ ପୂଜା, ଧନଲାଭ ସହ ଦୂରେଇ ଯିବ ସମସ୍ୟା

ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷର ବିରାଜମାନ କରିଛନ୍ତି ଶ୍ରୀ ଗଣେଶ ଭଗବାନ । ଆଜି ଭାଦ୍ରବମାସର ଗଣେଶ ଚତୁର୍ଥୀରେ ଘରେ ଘେ ଗଣେଶ ଭଗବାନ ବିରାଜମାନ ହେବା ସହ ଆଗାମୀ ୧୦ ଦିନ ପଯ୍ୟନ୍ତ ଭକ୍ତଙ୍କ ସହ ରହିବେ । କରୋନା ଯୋଗୁଁ ଅତି ନିରାଡମ୍ବର ଭାବେ ଏଥରର ଗଣେଶ ପୂଜା ହେବ । ଗଣେଶଜୀ ସମସ୍ତ ବାଧାବିଘ୍ନକୁ ଦୂର କରିବା ସହିତ ବ୍ୟକ୍ତିର କୁଣ୍ଡଳିରେ ବୁଧ ଓ କେତୁର ଗ୍ରହଦୋଷକୁ ବି ଦୂର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ରାଶି ହିସାବରେ କିପରି କରିବେ ଗଣେଶ ପୂଜା…

ମେଷ: ଏହି ରାଶିର ଲୋକମାନେ ଗଣପତିଙ୍କ ପୂଜା କରିବା ପରେ ବେସନ ବା ମୋତିଚୁର ଲଡୁର ଭୋଗ ଚଢ଼ାଇବା ଦ୍ୱାରା ଲାଭ ପାଇବେ ।

ବୃଷ: ଏହି ରାଶିର ଲୋକମାନେ ନିଜ ଜୀବନର ସମସ୍ତ ଅସୁବିଧା ଓ ଚିନ୍ତାକୁ ଦୂର କରିବା ପାଇଁ ଗଣପତିଙ୍କୁ ଲଡୁ ଚଢ଼ାନ୍ତୁ ।

ମିଥୁନ: ଏହି ରାଶିର ଲୋକମାନେ ଭାଗ୍ୟକୁ ଆହୁରି ଉନ୍ନତ କରିବାକୁ ଭଗବାନ ଗଣେଶଙ୍କୁ ସବୁଜ ରଙ୍ଗର ପୋଷାକ ପିନ୍ଧାନ୍ତୁ ।

କର୍କଟ: ଯଦି ଏହି ରାଶିର ଲୋକମାନେ ଆଜି ଗଣପତିଙ୍କୁ ଧଳା ଚନ୍ଦନର ତିଲକ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଖୁସି ଆସିବ ।

ସିଂହ: ଏହି ରାଶିର ଲୋକମାନେ ଗଣପତି ବାପ୍ପାଙ୍କୁ ନାଲି ଫୁଲ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ ।

କନ୍ୟା: ଏହି ରାଶିର ଲୋକମାନେ ଭଗବାନ ଗଣେଶଙ୍କର ସ୍ଥାପନ ସମୟରେ ତାଙ୍କୁ ପାନ ଓ ସୁପାରି ଅର୍ପିଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ ।

ତୁଳା: ଏହି ରାଶିର ଲୋକମାନେ ଆଜି ଗଣେଶ ଚତୁର୍ଥୀରେ ଭଗବାନଙ୍କୁ ଧଳା ଫୁଲ ଅର୍ପଣ କରିବା ଉଚିତ୍ । ଏହା ସହିତ ଗଣପତି ବାପ୍ପା ଆପଣଙ୍କ ଜୀବନରେ ସକରାତ୍ମକତା-ସଫଳତା ଆଣିବେ ।

ବିଛା: ଏହି ରାଶିର ଲୋକମାନେ ଗଣପତି ବାପ୍ପାଙ୍କୁ ତାଙ୍କର ପ୍ରିୟ ଦୁବ ମାଳ ଅର୍ପଣ କରିବା ଉଚିତ୍ ।

ଧନୁ : ଯଦି ଏହି ରାଶିର ଲୋକମାନେ ଭଗବାନ ଗଣେଶଙ୍କୁ ହଳଦିଆ ଫୁଲ, ହଳଦିଆ ପୋଷାକ ଏବଂ ହଳଦିଆ ରଙ୍ଗର ମିଠା ଦେଇ ପୂଜା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ ।

ମକର ରାଶି: ଯଦି ଏହି ରାଶିର ଲୋକମାନେ ଗଣପତି ବାପ୍ପାଙ୍କୁ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କ ଜୀବନରୁ ସମସ୍ତ ଅସୁବିଧା ଦୂର ହେବ ।

କୁମ୍ଭ: ଏହି ରାଶିର ଲୋକମାନେ ଭଗବାନ ଗଣେଶଙ୍କୁ ଶୁଖିଲା ଡ୍ରାଏଫ୍ରୁଡ୍ସ ଚଢ଼ାନ୍ତୁ । ଏପରି କରିବା ଦ୍ୱାରା ଗଣେଶ ଭଗବାନ ସେମାନଙ୍କ ଉପରେ ପ୍ରସନ୍ନ ହେବା ସହ ଧନବର୍ଷା କରିଥାନ୍ତି ।

ମୀନ: ଏହି ରାଶିର ଲୋକମାନେ ଭଗବାନ ଗଣେଶଙ୍କୁ ହଳଦିଆ ପୋଷାକ ଓ ହଳଦିଆ ଫୁଲ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କ ଜୀବନ ଖୁସିରେ ପରିପୂର୍ଣ୍ଣ ହୋଇଯିବ ।

Get real time updates directly on you device, subscribe now.