fbpx
BJD SKY
BJD SKY

BMC ପାଇଁ ଚିନ୍ତା ପାଲଟିଛି ଅଳିଆ ବିବାଦ: ମନ୍ତ୍ରୀ କହିଲେ ୨-୩ ଦିନ ମଧ୍ୟରେ ହେବ ସମାଧାନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଏବେ ଅଳିଆକୁ ନେଇ ଉପୁଜିଛି ବିବାଦ । ସହରରୁ ବାହାରୁଥିବା ଦେନନ୍ଦିନ ଅଳିଆକୁ ନେଇ ହୋଇଛି ଏହି ବିବାଦ । ଆଉ ଏହି ବିବାଦ ଭିତରେ ଫିସିଛି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(ବିଏମସି) ।

ପ୍ରକୃତରେ ରାଜଧାନୀରୁ ପ୍ରତିଦିନ ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ୧୦୦ ଟ୍ରିପ୍ ଅଳିଆ ଯାଏ । କିନ୍ତୁ ଦାରୁଠେଙ୍ଗ ବାସିନ୍ଦା ଏହାକୁ ବିରୋଧ କରୁଛନ୍ତି । ଦାରୁଠେଙ୍ଗ ବାସିନ୍ଦାଙ୍କର ଅଭିଯୋଗ ରହିଛି ଯେ ଏଠାରେ ପ୍ରତିଦିନ ରାଜଧାନୀର କୂଢ଼ କୂଢ଼ ଅଳିଆ ଗଦା ହେବା ଫଳରେ ପରିବେଶ ଦୂଷିତ ହେଉଛି ଏବଂ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ୁଛି । ଯାହାକୁ ବିରୋଧ କରି ଦାରୁଠେଙ୍ଗରେ ଅଳିଆ ପକାଇଦେଉନାହାଁନ୍ତି ସ୍ଥାନୀୟ ଲୋକେ । ଆଉ ସେପଟେ ରାଜଧାନୀର ବିଭିନ୍ନ ସ୍ଥାନରୁ ଅଳିଆ ଉଠିପାରୁନାହଁ ଏବଂ ଅନେକ ଅସ୍ଥାୟୀ ଅଳିଆଗଦା ମଧ୍ୟ ପୂରିବାରେ ଲାଗିଲାଣି ।

ସେପେଟ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ବିଜେପି ଏନେଇ ବିଏମସି ମେୟର ଏବଂ କମିଶନରଙ୍କୁ ଟାର୍ଗେଟ କରିଥିବାବେଳେ । ଏସଂପର୍କରେ ବିଏମସି ମେୟରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲେ ମଧ୍ୟ ମାମଲାର ସମାଧାନ ହୋଇପାରିନାହିଁ ।

ଏହାରି ମଧ୍ୟରେ ମାମଲାରକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଗ୍ରାମବାସୀଙ୍କ ସହ ମେୟର ଓ କମିଶନର ଆଲୋଚନା କରୁଛନ୍ତି । ୨ ରୁ ୩ ଦିନ ଭିତରେ ସମାଧାନ ହେବା ନେଇ ଆଶା ଅଛି । ଏହା ସହ ବାୟୋ ମାଇନିଂ ପ୍ଲାଣ୍ଟ ଉପରେ ବିଚାର କରାଯାଉଥିବା ନେଇ କହିଛନ୍ତି ମନ୍ତ୍ରୀ ।

ସେପଟେ ମେୟର କହିଛନ୍ତି ଯେ ଏପର୍ଯ୍ୟନ୍ତ ଦାରୁଠେଙ୍ଗ ଗ୍ରାମବାସୀଙ୍କ ପ୍ରତିକ୍ରିୟା ଆସିନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେଠାରେ ଅଳିଆ ପଡ଼ୁଛି । ଖୁବଶୀଘ୍ର ଆଉ ଏମସିସି ତିଆରି କରି ସବୁ ଅଳିଆ ପରିଚାଳନା ହେବ । ୯ ମାସ ସମୟ ମାଗିଛୁ, ୯ ମାସରେ ଅଳିଆ କମାଇବାକୁ ଲିଖିତ ଭାବରେ ଦିଆଯାଇଛି । ଖୁବଶୀଘ୍ର ଭଲ ଖବର ଆସିପାରେ କହିଲେ ମେୟର ସୁଲୋଚନା ଦାସ ।

 

Get real time updates directly on you device, subscribe now.