fbpx

‘ଗରିମା’ ଯୋଜନାର ହେଲା ଶୁଭାରମ୍ଭ

ଭୁବନେଶ୍ୱର,୧୧ ।୯(ଓଡିଶା ଭାସ୍କର): କୋର ସାନିଟାରୀ କର୍ମଚାରୀଙ୍କ ପାଇଁ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ବ୍ୟକ୍ତି ଦ୍ୱାରା ମଳ ସଫେଇ ବ୍ୟବସ୍ଥା ଉଚ୍ଛେଦ ପାଇଁ ଆସିଛି ଏହି ‘ଗରିମା’ ଯୋଜନା । ୧୧୪ଟି ଅର୍ବନ ଲୋକାଲ ବଟିର ୨୦ ହଜାର କର୍ମଚାରୀ ଏଥିରେ ଉପକୃତ ହେବେ । ୨୦ ହଜାର ପରିବାରର ପ୍ରାୟ ଏକ ଲକ୍ଷ ଲୋକ ଏହି ସୁବିଧା ମଧ୍ୟ ପାଇବେ । ଏଥିପାଇଁ ୫୦ କୋଟି ଟଙ୍କାର କର୍ପସ ଫଣ୍ଡ ସରକାର ଗଠନ କରିଛନ୍ତି । ସଫେଡଇ କର୍ମଚାରୀଙ୍କୁ ଗୃହ ନିର୍ମାଣପାଇଁ ଏହି ଯୋଜନାରେ ସହାୟତା ମିଳିବ ।

Get real time updates directly on you device, subscribe now.