fbpx

ରସୁଣ ଖାଇଲେ ପାଖ ମାଡିବନି କରୋନା ଭାଇରସ୍, WHOର ଦାବି

ଉହାନ୍,୯ ।୨: ଚିନରେ ଭୟଙ୍କର ରୂପ ନେବାରେ ବସିଛି କରୋନା ଭାଇରସ୍ । କରୋନାରେ ମୃତ୍ୟୁ ସଂଖ୍ୟା ୮୧୧କୁ ବୃଦ୍ଧି ହୋଇଥିବା ବେଳେ ଏଥିରେ ୩୭ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏହି ଭୟଙ୍କର ଭୂତାଣୁର ମୁକାବିଲା କରିବା ପାଇଁ ଅସମର୍ଥ ଅଛନ୍ତି ଡାକ୍ତର । ଅନ୍ୟପଟେ ସୋସିଆଲ ମିଡିଆରେ ମିଳିଥିବା ସୂତ୍ର ଅନୁସାରେ, ରସୁଣ ଖାଇବା ଦ୍ୱାରା କରୋନା ଭାଇରସ୍ ସଂକ୍ରମଣ ଦୂରେଇଯାଏ ।

କୁହାଯାଇଛି ଯେ ରସୁଣରେ ଏପରି ଔଷଧୀୟ ଗୁଣ ରହିଥାଏ, ଯାହା କରୋନା ଭାଇରସକୁ ଲଢି ହରାଇ ଦେଇଥାଏ । କରୋନା ଭାଇରସକୁ ପ୍ରଭାବକୁ ରସୁଣ କମାଇପାରିବ ବୋଲି ଡବ୍ଲୁଏଚଓ ମଧ୍ୟ ଦାବି କରିଛି । ଡବ୍ଲୁଏଚଓ କହିବାକ ମୁତାବକ, ରସୁଣ ଶରୀର ପାଇଁ ଲାଭବାନ୍ ହୋଇଥିବା ବେଳେ ଏଥିରେ ବହୁ ଔଷଧୀୟ ଗୁଣ ରହିଥାଏ । ତେବେ କରୋନା ଭାଇରସକୁ ରସୁଣ ଠିକ୍ କରିବା ପାରିବ କି ନାହିଁ, ତାହା ଏପର୍ଯ୍ୟନ୍ତ ପ୍ରମାଣ ହୋଇନାହିଁ ।

ତେବେ ସାପ ଓ ବହୁ ସାମୁଦ୍ରିକ ଜୀବକୁ ଖାଇବା ଦ୍ୱାରା ଏହି କରୋନା ଭାଇରସ୍ ବ୍ୟାପିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଚୀନର ଉହାନ ସହରର ଏକ ବଜାରରେ ୧୧୨ ପ୍ରଜାତିର ସାପ ବିକ୍ରି ହେଉଥିଲା । ଏନେଇ ଉହାନ ସହରକୁ କରୋନା ଭାଇରସର କେନ୍ଦ୍ର ବୋଲି ଜଣାଯାଏ ।

ଅନ୍ୟପଟେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାକୁ ବିଶ୍ୱ ସଙ୍କଟ ବୋଲି ଘୋଷଣା କରିଛି ଡବ୍ଲୁଏଚଓ । ତେବେ କରୋନାକୁ ନେଇ କଠୋର ନୀତି ଆପଣେଇଛନ୍ତି ଚୀନ୍ ସରକାର । ସଂକ୍ରମଣ ଲୁଚାଇଲେ ଆକ୍ରାନ୍ତଙ୍କୁ ଗିରଫ କରିବା ସହ ସଂକ୍ରମଣକୁ ରୋକିବାରେ ବାଧା ଦେଲେ ମୃତ୍ୟୁଦଣ୍ଡ ମିଳିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.