fbpx

ଶରୀରକୁ ସୁସ୍ଥ ରଖେ ହାତ ପାହାନ୍ତାରେ ମିଳୁଥିବା ରସୁଣ, ଜାଣନ୍ତୁ କେଉଁ କେଉଁ ରୋଗଠୁ ଦୂରେଇ ରଖେ..

ରସୁଣ ଯାହା ବଜାରରେ ଅତି ସହଜରେ ମିଳିଯାଇଥାଏ ଓ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ। ରସୁଣ ତରକାରୀ କରିବା ସମୟରେ ମସଲା ରେ ବ୍ୟବହାର କରାଯାଇଥାଏ। ଏହାର ଗନ୍ଧ ଭଲ ଲାଗୁନଥିଲେ ମଧ୍ୟ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଶରୀରକୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେବେ ଆସନ୍ତୁ ଜାଣିବା  ପ୍ରତିଦିନ  ରସୁଣ  ଖାଇବା ଦ୍ୱାରା ଆମ ଶରୀରକୁ କ’ଣ ସବୁ ଲାଭ ମିଳିଥାଏ..

ରସୁଣ କୋଲେଷ୍ଟ୍ରଲ କମ୍‌ କରିବାରେ ସାହାଯ୍ୟ କରିଥାଏ ଯାହାଫଳରେ ହୃଦ୍‌ଘାତ ଆଶଙ୍କାକୁ ଦୂର କରିଥାଏ।

ଡାଇବେଟିସ୍‌  ଥିବା ଲୋକମାନେ ପ୍ରତିଦିନ ରସୁଣ ଖାଇବା ଦ୍ୱାରା ସେମାନଙ୍କର ବ୍ଲଡ ସୁଗାର୍‌ ଲେବଲ ନିୟନ୍ତ୍ରଣ ହୋଇଥାଏ।

ରସୁଣ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ଥଣ୍ଡାରୁ ମୁକ୍ତି ପାଇବା ପାଇଁ ମଧ୍ୟ ରସୁଣ ଏକ ଭଲ ଘରୋଇ ଉପଚାର।
ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ୍‌ ହୋଇଥାଏ ଏବଂ ସହଜରେ ଖାଦ୍ୟ ହଜମ ହୋଇଥାଏ।

ଏହା ଚୁଟି ଝଡ଼ିବା ସମସ୍ୟା  ଓ ତ୍ୱଚା ଉପରେ ଖରାପ ପ୍ରଭାବ ପକାଉଥିବା ସୂର୍ଯ୍ୟଙ୍କ କିରଣରୁ ଶରୀରକୁ ରସୁଣ ସୁରକ୍ଷା ଦେଇଥାଏ।

Get real time updates directly on you device, subscribe now.