fbpx
BSKY
BJD MC SKY
BJD MS SKY

କରୋଡପତିରୁ କାଙ୍ଗାଳ ହେବାକୁ ଲାଗିବନି ସମୟ; ଟଙ୍କା ପଇସା ମାମଲାରେ କେବେ ବି କରନ୍ତୁ ନାହିଁ ଏହି ଭୁଲ

ହିନ୍ଦୁ ଧର୍ମରେ ଗରୁଡ ପୁରାଣକୁ ମହାପୁରାଣ କୁହାଯାଏ । କାରଣ ଏହା କେବଳ ଜନ୍ମ, ମୃତ୍ୟୁ ଏବଂ ମୃତ୍ୟୁ ପରେ ଆତ୍ମାର ଯାତ୍ରା ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା କହି ନଥାଏ । ବରଂ ସ୍ୱର୍ଗ-ନର୍କ, ପାପ ଏବଂ ପୁଣ୍ୟ କାର୍ୟ୍ୟର ଫଳ ଇତ୍ୟାଦି ବିଷୟରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ଏହା ବ୍ୟତୀତ, ଗରୁଡ ପୁରାଣ ଜୀବନ ସହିତ ଜଡିତ ସେହି ଜିନିଷଗୁଡ଼ିକୁ ମଧ୍ୟ କୁହନ୍ତି ଯାହା ଏକ ସୁଖମୟ ଜୀବନଯାପନ ପାଇଁ ଆବଶ୍ୟକ ବୋଲି ବିବେଚନା କରାଯାଏ । ତେବେ ଜୀବନ ପାଇଁ ଯେହେତୁ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଗରୁଡ ପୁରାଣରେ ମଧ୍ୟ ଟଙ୍କା ବିଷୟରେ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି ଯେ ଜଣେ ବ୍ୟକ୍ତି କିପରି ଟଙ୍କାକୁ ସଠିକ୍ ଭାବରେ ବ୍ୟବହାର କରିବା ଉଚିତ୍ । ନଚେତ୍ ଅର୍ଥର ଭୁଲ ବ୍ୟବହାର ଜଣେ ଧନୀ ବ୍ୟକ୍ତିଙ୍କୁ ଅଳ୍ପ ସମୟରେ ମଧ୍ୟ ଗରିବ କରିପାରେ । ଏଥିସହିତ କୋଟିପତି ହେବା ପରେ ମଧ୍ୟ ଜଣେ ବ୍ୟକ୍ତି ତାଙ୍କ ଟଙ୍କା ଉପଭୋଗ କରିବାରେ ସକ୍ଷମ ହୁଏ ନାହିଁ । ବର୍ତ୍ତମାନ ଆସନ୍ତୁ ଜାଣିବା ଗରୁଡ ପୁରାଣରେ ଟଙ୍କା ବ୍ୟବହାର ବିଷୟରେ ଉଲ୍ଲେଖ କରାଯାଇଥିବା କିଛି ବିଶେଷ କଥା ବିଷୟରେ…

୧. ଗରୁଡ ପୁରାଣ ଅନୁଯାୟୀ, ଯେଉଁ ଧନ ସମ୍ପତ୍ତି ଜଣେ ବ୍ୟକ୍ତିକୁ ଆରାମଦାୟକ ଜୀବନଯାପନ ପ୍ରଦାନ କରେ ନାହିଁ କିମ୍ବା ଏହା ପରିବାର ସଦସ୍ୟଙ୍କ କୌଣସି କାମରେ ଆସେ ନାହିଁ ସେପରି ଧନ ସମ୍ପତ୍ତିର ମୂଲ୍ୟ କିଛି ନଥାଏ । ଧନର ସଠିକ୍ ବ୍ୟବହାର ସେତେବେଳେ ହୋଇଥାଏ , ଯେତେବେଳେ ଏହା କୌଣସି ବ୍ୟକ୍ତିର କାମରେ ଆସିଥାଏ । ଏତିସହିତ ଏହା ପରିବାର ।ବଶୟକତାକୁ ପୁରଣ କରିବାରେ ସାହାଯ୍ୟ କରେ ।

୨. ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଏପରି ଧନ ଯାହା ପରିବାରର ମହିଳାମାନଙ୍କୁ ସୁରକ୍ଷା ଦେଇନଥାଏ, ସେହି ଧନ ଶୀଘ୍ର ନଷ୍ଟ ହୋଇଯାଏ । ଘରର ମହିଳାମାନେ ଲକ୍ଷ୍ମୀଙ୍କ ରୂପ ବୋଲି ବିବେଚନା କରାଯାଏ ଏବଂ ଜଣେ ମହିଳାଙ୍କୁ ଅପମାନ ଦେବା ଦେବୀ ଲକ୍ଷ୍ମୀଙ୍କ ପ୍ରତି ଅପମାନ ଅଟେ । ତେଣୁ ମା ଲକ୍ଷ୍ମୀ ଏପରି ସ୍ଥାନରେ କେବେବି ରହନ୍ତି ନାହିଁ । ଫଳରେ ସେହି ବ୍ୟକ୍ତି ଯେତେବି ଧନବାନ ହୋଇଥାଉ ନା କାହିଁକି ସେ ଖୁବ୍ ଶୀଘ୍ର କାଙ୍ଗାଳ ହୋଇଯାଏ ।

୩. ଏପରି ଟଙ୍କା, ଯାହା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହୁଏ ନାହିଁ, କିମ୍ବା ଦାନ ଧର୍ମରେ ଉପେଯାଗ ହୁଏ ନାହିଁ । ସେହି ଧନ ବେଶି ଦିନ ରୁହେ ନାହିଁ । ଧନର ସଠିକ୍ ଉପଯୋଗ ସେତେବେଳେ ହୋଇଥାଏ ଯେତେବେଳେ ଏହା କୌଣସି ଆବଶ୍ୟକ ଥିବା ବ୍ୟକ୍ତିଙ୍କ କାମରେ ଆସିଥାଏ ।

Get real time updates directly on you device, subscribe now.