fbpx

ବାଲେଶ୍ୱରରେ ଗ୍ୟାସ୍ ଲିକ୍: ୪୦ରୁ ଅଧିକ କର୍ମଚାରୀ ଅସୁସ୍ଥ

Advertisement

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଖନ୍ତାପଡ଼ାର ଏକ ପ୍ଲାଣ୍ଟରେ ଘଟିଛି ବଡ଼ ଦୁର୍ଘଟଣା । ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଗ୍ୟାସ୍ ଲିକ୍୪୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କିଛି ଅସୁସ୍ଥ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଆଉ କେତେକ ଅସୁସ୍ଥଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବାଲେଶ୍ୱର ଖନ୍ତାପଡ଼ାର ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ହୋଇଛି ଗ୍ୟାସ୍ ଲିକ୍ । ଗ୍ୟାସ୍ ଲିକର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

Get real time updates directly on you device, subscribe now.