fbpx
BSKY SKY
BSKY SKY

ବଡ ଅପଡେଟ! କମ୍ ହେଲା ଗ୍ୟାସ ଦର: କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରୁ ହେଲା ପରିବର୍ତ୍ତନ

BSKY

ନୂଆଦିଲ୍ଲୀ: ଗ୍ୟାସ ଦରକୁ ନେଇ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ତେବେ ସରକାରଙ୍କର ଏହି ନିଷ୍ପତ୍ତି ସିଧାସଳଖ ସାଧାରଣ ଜନତାଙ୍କ ପକେଟ ଉପରେ ଦେଖିବାକୁ ମିଳିବ । ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ଗ୍ୟାସ ସିଲିଣ୍ଡରର ଦାମ୍ ନିର୍ଦ୍ଧାରଣ କରାଯିବ ବୋଲି କୁହାଯାଇଛି । ଶୁକ୍ରବାର ନୂତନ ମୂଲ୍ୟ ନିର୍ଦ୍ଧାରଣ ଫର୍ମୁଲା ଅନୁଯାୟୀ, ପ୍ରାକୃତିକ ଗ୍ୟାସର ମୂଲ୍ୟ MMBTU ପିଛା ୭.୯୨ ଡଲାରରେ ସ୍ଥିର କରିଛନ୍ତି । ତେବେ ଗ୍ରାହକଙ୍କ ପାଇଁ ଏହି ମୂଲ୍ୟ ୬.୫ ଡଲାର ପ୍ରତି MMBTUରେ ସୀମିତ ରଖାଯାଇଛି ।

ଗ୍ରାହକଙ୍କ ପାଇଁ ମୂଲ୍ୟସୂତ୍ରକୁ MMBTU ପିଛା ୬.୫ ଡଲାରରେ ପରିବର୍ତ୍ତନ କରାଯାଇଛି । ପୁରୁଣା କ୍ଷେତ୍ରରୁ ONGC/OIL ଦ୍ୱାରା ସେମାନଙ୍କ ପୁରୁଣା କ୍ଷେତ୍ରରୁ ଉତ୍ପାଦିତ ଗ୍ୟାସର ମୂଲ୍ୟ MMBTU ପିଛା ୬.୫ ଡଲାରର ଛାତ ଉପରେ ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଏହି ନିଷ୍ପତ୍ତ ପରେ ରାଜଧାନୀ ଦିଲ୍ଲୀରେ ସିଏନଜିର ଦର ୭୯.୫୬ ପ୍ରତି କିଲୋରୁ ହ୍ରାସ ପାଇ ୭୩.୫୯ ପ୍ରତି କିଲୋ ଏବଂ ପିଏନଜିର ଦର ୫୩.୫୯ ଟଙ୍କା ପ୍ରତି ହଜାର ଘନ ମିଟରରୁ ହ୍ରାସ ପାଇ ୪୭.୫୯ଟଙ୍କା ହୋଇଯାଇଛି । ମୁମ୍ବାଇରେ ସିଏନଜିର ଦର ମୂଲ୍ୟ ୮୭ ଟଙ୍କା ପରିବର୍ତ୍ତେ ୭୯ଟଙ୍କା ପ୍ରତି କିଲୋ ଏବଂ ପିଏନଜି ମୂଲ୍ୟ ୫୪ରୁ ୪୯ ଟଙ୍କା ପ୍ରତି ହଜାର ଘନମିଟରରେ ପହଞ୍ଚିବ ।

ପିପିଏସ ପକ୍ଷରୁ ଏକ ଆଦେଶରେ କୁହାଯାଇଛି ଯେ, ଏପ୍ରିଲ ୧ ତାରିଖରୁ ଏପିଏମ ଗ୍ୟାସର ମୂଲ୍ୟ ୯.୧୬ ଡଲାର ପ୍ରତି MMBTU ହେବ । ସେ କହିଛନ୍ତି ଯେ, ଏହି ମୂଲ୍ୟ ନିର୍ଦ୍ଧାରଣ ବର୍ତ୍ତମାନ ବର୍ଷକୁ ୨ ଥର ହେଉଥିବା ବେଳେ ଏଣିକି ପ୍ରତି ମାସ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯିବ । ମାସର ଶେଷ ଦିନ ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଳେଷଣ ପ୍ରକୋଷ୍ଠ ଦ୍ୱାରା ମାସିକ ଆଧାରରେ ଏପିଏମର ମୂଲ୍ୟ ଘୋଷଣା କରାଯିବ ।

Get real time updates directly on you device, subscribe now.