fbpx

ଭାଇଜାଗ ଗ୍ୟାସ୍ ଟ୍ରାଜେଡ଼ି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ବିଶାଖପାଟଣା, ୭ା୫: ଆଜି ଆନ୍ଧ୍ରପ୍ରଦେଶ ବିଶାଖପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବିଷାକ୍ତ ଗ୍ୟାସ ଲିକ ୍ ହୋଇଥିବା ସୂଚନା ରହିଛି । ଏହି ଗ୍ୟାସ ଲିକ୍ ଘଟଣାରେ ସକାଳେ ମୃତ୍ୟୁ ସଂଖ୍ୟା ୫ ଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏହାସହ ୫୦୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗ୍ୟାସ ଲିକ୍ ଫଳରେ ଆଖି ପୋଡ଼ିବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଇଛି । ସେଠାରେ ଏକ ଫାର୍ମା କମ୍ପାନୀରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହାସହ ସେଠାରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ସ୍ଥାନୀୟ ଅଞ୍ଚଳକୁ ଖାଲି କରାଯାଇଛି ।

Get real time updates directly on you device, subscribe now.