(Video) ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଗୌରୀ ଖାନ୍, ରେଷ୍ଟୁରାଣ୍ଟରେ ବ୍ୟବହାର କରୁଛନ୍ତି ନକଲି ଜିନିଷ

ପଦାକୁ ସତ ବାହାର କଲେ ଫୁଡ୍ ଭ୍ଲଗର । ଗୌରୀଙ୍କ ରେଷ୍ଟୁରାଣ୍ଟକୁ ନେଇ ଚାରିଆଡେ ଚର୍ଚ୍ଚା ।

ମୁମ୍ବାଇ: ଶାହାରୁଖ-ଗୌରୀ ଖାନଙ୍କ ରେଷ୍ଟୁରାଣ୍ଟ ତୋରି ଏବେ ବିବାଦରେ ଛନ୍ଦି ହୋଇଯାଇଛି । ରେଷ୍ଟୁରାଣ୍ଟରେ ନକଲି ଖାଦ୍ୟ ପରସା ଯିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି ।

ଖବର ମୁତାବକ ତୋରିରେ ଗ୍ରାହକମାନଙ୍କୁ ନକଲି ପନିର ସର୍ଭ କରାଯାଉଛି । ଯେଉଁଥିରେ ଷ୍ଟାର୍ଚର ପରିମାଣ ଅଧିକ ରହିଛି । ଯାହା ସାଧାରଣ ଲୋକ ଦେହ ପକ୍ଷେ କ୍ଷତିକାରକ ।

ଫୁଡ୍ ଭ୍ଲଗର ସାର୍ଥକ ଭିଡିଓ କରି ଏହା କହିଛନ୍ତି ଯେ, ଗୌରୀ ଖାନଙ୍କ ରେଷ୍ଟୁରାଣ୍ଟରେ ନକଲି ପନିର ଲୋକଙ୍କୁ ଖାଇବାକୁ ଦିଆଯାଉଛି । ସେଲିବ୍ରିଟିଙ୍କ ରେଷ୍ଟୁରାଣ୍ଟ ବୁଲି ବୁଲି ସାର୍ଥକ ଏହି ଭିଡିଓ କରିଛନ୍ତି ।

ବିରାଟ କୋହଲି, ବବି ଦେଓଲ, ଶିଳ୍ପା ସଟ୍ଟି ଏବଂ ଗୌରୀଙ୍କ ରେଷ୍ଟୁରାଣ୍ଟକୁ ଯାଇ ସାର୍ଥକ ପନିର ଆଇଟମ୍ ଟେଷ୍ଟ କରିଥିଲେ । ସମସ୍ତଙ୍କ ରେଷ୍ଟୁରାଣ୍ଟରେ ଭଲ ପନିର ସର୍ଭ କରାଯାଉଥିବାବେଳେ ଗୌରୀଙ୍କ ରେଷ୍ଟୁରାଣ୍ଟରେ ନକଲି ପନିର ଖାଇବାକୁ ଦିଆଯାଉଥିବା ସେ କହିଛନ୍ତି ।

ସର୍ଭ କରାଯାଉଥିବା ଆଇଟମର ପନିର ଟୁକୁଡା ନେଇ ତାକୁ ଆୟୋଡିନ ଟେଷ୍ଟ କରିଥିଲେ ସାର୍ଥକ । କିନ୍ତୁ ତୋରିରେ ସର୍ଭ ପନିରରେ କେମିକାଲ ପକାଇବା ପରେ ତାହା କଳାରୁ ନୀଳ ରଙ୍ଗ ହୋଇଯାଇଥିଲା ।

ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହା ୟୁଜର୍ସଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛି ।

 

View this post on Instagram

 

A post shared by Sarthak Sachdeva (@sarthaksachdevva)