fbpx

ମାତ୍ର ଗୋଟିଏ ଦିନରେ ୨୬,୪୦୦ କୋଟି ବଢିଗଲା Gautam Adaniଙ୍କ ସଂପତ୍ତି, ଗ୍ରୁପ୍ ସେୟାରରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି

AAKASH

ନୂଆଦିଲ୍ଲୀ: ଭାରତର ସବୁଠାରୁ ଦ୍ୱିତୀୟ ଧନୀ ବ୍ୟକ୍ତି ଏବଂ ଅଦାନୀ ଗ୍ରୁପର ମାଲିକ ଗୌତମ ଅଦାନୀଙ୍କ ସଂପତ୍ତି ଦ୍ରୁତଗତିରେ ବୃଦ୍ଧି ପାଇବା ଦେଖିବାକୁ ମିଳିଛି । ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ମାତ୍ର ୧ ଦିନରେ ଗୌତମ ଅଦାନୀଙ୍କ ସଂପତ୍ତିରେ ୩.୧୭ ବି ଡଲାର ଅର୍ଥାତ ୨୬ ହଜାର ୪୦୦ କୋଟି ଟଙ୍କା ବୃଦ୍ଧି ପାଇଛି । ମଙ୍ଗଳବାର ଦିନ ଅଦାନୀ ଗ୍ରୁପର କମ୍ପାନୀ ଗୁଡିକର ସେୟାର ଦ୍ରୁତଗତିରେ ବଢିବା ହେତୁ ଅଦାନୀଙ୍କର ନେଟୱର୍ଥରେ ଏହି ବୃଦ୍ଧି ଦେଖିବାକୁ ମିଳିଛି । ଏଥିସହ ଗୌତମ ଅଦାନୀଙ୍କର ସଂପତ୍ତି ୧୦୪ ଆରବ ଡଲାର ହୋଇଯାଇଛି । ବର୍ତ୍ତମାନ ସେ ଦୁନିଆର ଧନୀ ବ୍ୟକ୍ତିମାନଙ୍କ ତାଲିକାରେ ୧୪ ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ଉପରେ ଅର୍ଥାତ ୧୩ ନମ୍ବର ସ୍ଥାନରେ ଥିବା କାର୍ଲୋସ ସ୍ଲିମର ନେଟୱର୍ଥ ୧୦୪ କୋଟି ଡଲାର ରହିଛି । ତେବେ ଚଳିତ ବର୍ଷ ଗୌତମ ଅଦାନୀଙ୍କର ସଂପତ୍ତିରେ ୧୯.୪ ଆରବ ଡଲାରର ବୃଦ୍ଧି ଘଟିଛି ।

ଅଦାନୀ ଏଣ୍ଟରପ୍ରାଇଜେଜର ସେୟାର ମଙ୍ଗଳବାର ଦିନ ୧.୮୧ ପ୍ରତିଶତ ବଢି ୩୧୧୫.୭୫ ଟଙ୍କାରେ ବନ୍ଦ ହୋଇଛି । ଅଦାନୀ ପୋର୍ଟସ୍ ର ସେୟାର ୩.୪୮ ପ୍ରତିଶତ ବୃଦ୍ଧି ସହ ୧୩୮୫.୪୦ ଟଙ୍କାରେ ବନ୍ଦ ହୋଇଛି । ଅଦାନୀ ପାୱରର ସେୟାର ୭.୧୭ ପ୍ରତିଶତ ବଢି ୬୮୦.୨୫ ଟଙ୍କାରେ କ୍ଲୋଜ ହୋଇଛି । ଅଦାନୀ ଏନର୍ଜୀର ସେୟାର ୧.୬୯ ପ୍ରତିଶତ ବଢିବା ସହ ୧୦୬୧.୨୫ ଟଙ୍କାରେ ବନ୍ଦ ହୋଇଛି । ଅଦାନୀ ଗ୍ରୀନର ସେୟାର ୧.୯୫ ପ୍ରତିଶତ ବଢି ୯୩୦.୨୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ଅଦାନୀ ବିଲ୍ମରର ସେୟାର ୧.୯୯ ପ୍ରତିଶତ ବଢି ୩୪୪ ଟଙ୍କାରେ ବନ୍ଦ ହୋଇଛି ।

ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନେଟୱର୍ଥ କମିବା ନଜର ଆସିଛି । ମାତ୍ର ୧ ଦିନରେ ତାଙ୍କ ନେଟୱର୍ଥ ୨୧.୨ ମିଲିୟନ ଡଲାର ଅର୍ଥାତ ୧୭୬.୫୦ କୋଟି ଟଙ୍କା ହ୍ରାସ ପାଇଛି । ଏଥିରେ ତାଙ୍କର ସଂପତ୍ତି ବର୍ତ୍ତମାନ ୧୧୦ କୋଟି ଡଲାର ରହିଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ୧୩.୮ ଆରବ ଡଲାରର ବୃଦ୍ଧି ଘଟିଛି । ସେ ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୨ ନମ୍ବର ସ୍ଥାନରେ ଅଛନ୍ତି ।

Get real time updates directly on you device, subscribe now.