fbpx
BJD SKY
BJD SKY

ଗାଜାର ସବୁଠୁ ବଡ ହସ୍ପିଟାଲ “ଅଲ-ଶିଫା” ତଳେ ରହିଛି ହମାସର ଅଣ୍ଡରଗ୍ରାଉଣ୍ଡ ଆଡ୍ଡା ; ଇସ୍ରାଏଲ ସେନାର ଚାଞ୍ଚଲ୍ୟକର ଖୁଲ୍ଲାସା

BJD

ଓଡିଶା ଭାସ୍କର; ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କରରୁ ଅତି ଭୟଙ୍କର ହେଲାଣି । ପ୍ରତିଶୋଧ ପରାୟଣ ହୋଇ ସମ୍ପୂର୍ଣ୍ଣ ହମାସକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଲକ୍ଷ୍ୟରେ ରହିଛି ଇସ୍ରାଏଲ। ଏହାକୁ ନେଇ ଗାଜାରେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବାରେ ଲାଗିଛି ଇସ୍ରାଏଲ । ଯେଉଁଠି ଆତଙ୍କବାଦୀ ମାନେ ରହୁଥିବା ସୂଚନା ପାଉଛି ଠିକ୍ ସେହି ସ୍ଥାନରେ ଏୟାର ଷ୍ଟ୍ରାଇକ କରୁଛି ଇସ୍ରାଏଲ । ତେବେ ଏହାରି ଭିତରେ ଏକ ଚାଞ୍ଚଲ୍ୟକର ଖୁଲ୍ଲାସା କରିଛି ଆଇଡିଏଫ । ଗାଜାର ସବୁଠୁ ବଡ ହସ୍ପିଟାଲ “ଅଲ-ଶିଫା” ତଳେ ହମାସର ଏକ ଅଣ୍ଡରଗ୍ରାଉଣ୍ଡ ଆଡ୍ଡା ଥିବା ସୂଚନା ପାଇଛି ଆଇଡିଏଫ । ଏହା ସହ ଏହି ଅଣ୍ଡରଗ୍ରାଉଣ୍ଡ ଆଡ୍ଡାରେ ବହୁ ଅସ୍ତ୍ରଶସ୍ତ୍ର ଥିବା ମଧ୍ୟ ସୂଚନା ପାଇଛି ଆଇଡିଏଫ । ଯାହାକୁ ନେଇ ଏକ ପ୍ରତିକାତ୍ମକ ଭିଡିଓ ଜାରି କରି ସୂଚନା ଦେଇଛି ଇସ୍ରାଏଲ ସେନା ।

ଏହି ଭିଡିଓରେ ଆଇଡିଏଫ କହିଛି ଏହା ହମାସା ମୁଖ୍ୟାଳୟ ଏବଂ ଏହିଠାରୁ ହିଁ ହମାସର ସବୁ ଅପରେସନ ପରିଚାଳିତ ହେଉଛି । ଆକ୍ରମଣ ଆଶଙ୍କା ଭିତରେ ହମାସ ହସ୍ପିଟାଲକୁ ସବୁଠୁ ଅଧିକ ସୁରକ୍ଷିତ ସ୍ଥାନଭାବେ ଚୟନ କରିଛି । ତେଣୁ ହସ୍ପିଟାଲ ତଳେ ଅଣ୍ଡରଗ୍ରାଉଣ୍ଡ ଆଡ୍ଡା ନିର୍ମାଣ କରି ଇସ୍ରାଏଲ ସେନାକୁ ଚକମା ଦେବାକୁ ଯୋଜନା କରିଛି ହମାସ । ଏହି ହସ୍ପିଟାଲରେ ପ୍ରାୟ ୪୦ହଜାର ବେସାହାର ଲୋକମାନେ ଶରଣ ନେଇଥିବା ବେଳେ ଏହାକୁ ଢାଲ କରି ନିଜର କାର୍ୟ୍ୟକଳାପ ଜାରି ରଖିଛି ହମାସ । ତେବେ ଏହି ଚାଞ୍ଚଲ୍ୟକର ଖୁଲ୍ଲାସା ପରେ ଖୁବଶୀଘ୍ର ଅଲ-ଶିଫା ହସ୍ପିଟାଲରେ କିମ୍ବା ଏହାର ନିକଟରେ ଇସ୍ରାଏଲ ପକ୍ଷରୁ ଅତର୍କିତ ଆକ୍ରମଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.