fbpx

ପନିରରେ ଆମେଲେଟ୍ ତିଆରି କରିଲେ ଯୁବକ; ଯାହା ଅବିକଳ ଅଣ୍ଡାରୁ ପ୍ରସ୍ତୁତ ପରି ଦେଖାଯାଉଛି

ଓଡ଼ିଶା ଭାସ୍କର: ଆମେଲେଟ୍ ଏପରି ଖାଦ୍ୟ ଏହାକୁ ବିଶ୍ୱର ଅନେକ ସ୍ଥାନର ଖାଇବାକୁ ଭଲପାଆନ୍ତି । ସାଧାରଣତଃ ଅଣ୍ଡାକୁ ଭାଙ୍ଗି, ସେଥିରେ ମସଲା ମିଶାଇ ତାଓ୍ୱାରେ ଅମଲେଟ୍ ପ୍ରସ୍ତୁତ କରାଯାଏ । ଏବେ ଏମିତି ଏକ କୌଶଳ ଆସିଛି ଯାହାକୁ ଜାଣଇଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଣ୍ଡା ପରିବର୍ତ୍ତେ ସେ ଏକ ପାଉଡରକୁ ବ୍ୟବହାର କରି ଆମେଲେଟ୍ ତିଆରି କରୁଛନ୍ତି । ଯାହା ଅବିକଳ ଅଣ୍ଡାରୁ ପ୍ରସ୍ତୁତ ଆମେଲେଟ୍ ପରି ଦେଖାଯାଉଛି । ସ୍ୱାଦ ବଢାଇବା ପାଇଁ ଲୁଣ, ଗୋଲମରିଚ ଓ ଅନ୍ୟ ମସଲା ଗୁଣ୍ଡ ମଧ୍ୟ ଶାଉଛନ୍ତି ।

ତେବେ ଏହି ବ୍ୟକ୍ତି ଜଣକ ଏପରି କରି ଦେଖାଇ ଛନ୍ତି । ତେବେ ଏହି ଯୁବକଙ୍କ କହିବା ମୁତାବକ ଏହା ଏକ ନିରାମିଷ ଓମେଲେଟ୍ । ଯେଉଁଥିରେ ‘ଭେଗାନ୍ ବୋର୍ସିନ୍’ ଏକ ପ୍ରକାରର ପନିର ରହିଛି । ସେଥିଲାଗି ଏହ ଏତେ ନରମ ହୋଇଛି । ଏପରି ଆମଲେଟ୍ ତିଆରି କରି ସେ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେସିଆଲ ମିଡିଆରେ ଏହାକୁ ଦେଖି ଅନେକ ଲୋକ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଏହା ‘thesaucestacheguy’ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଛି ।

Get real time updates directly on you device, subscribe now.