fbpx
BJD SKY
BJD SKY

Flipkart ଆଣୁଛି ନୂଆ ସେଟିଙ୍ଗ, ଏବେ ଅନଲାଇନ ସପିଙ୍ଗରେ ଆସିବ ନାହିଁ ଭୁଲ ଜିନିଷ

BJD

ଓଡିଶା ଭାସ୍କର : ଆପଣ ଅନଲାଇନ ସପିଙ୍ଗ କରୁଛନ୍ତି କି? ତେବେ ଆପଣ ଜାଣିଥିବେ ଅନଲାଇନ ସପିଙ୍ଗ କରିବା ଦ୍ୱାରା ବେଳେ ବେଳେ ଭୁଲ ଜିନିଷ ଆସିଥାଏ । ତେବେ ଆଜି କାଲି ଲୋକମାନେ ମାର୍କେଟରୁ ଜିନିଷ ନ କିଣି ଏବେ ଅନଲାଇନ ସପିଙ୍ଗ କରୁଛନ୍ତି । ତେବେ ଏହି ଅନଲାଇନ ଜିନିଷ କିଣିବା ବେଳେ ଆପଣଙ୍କ ମନରେ ଅନେକ ଦ୍ୱନ୍ଦ ଆସିଥାଏ । ଅନେକ ଲୋକ ଏହା ଭାବନ୍ତି ସେମାନେ ଯାହା ଅର୍ଡର କରିଛନ୍ତି ତାହା ଠିକ ଟାଇମରେ ଆସିବ କି ନାହିଁ ତାହା ସଠିକ ଜିନିଷ ହୋଇଥିବ କି ନାହିଁ ।

କାରଣ ଆମେ ସୋସିଆଲ ମିଡିଆରେ ଅନେକ ଘଟଣା ଦେଖିଛୁ ଅର୍ଡର ଗୋଟିଏ ଜିନିଷ ହୋଇଥାଏ ଏବଂ ଅନ୍ୟ ଏକ ଜିନିଷ ଆସିଥାଏ । ଯାହା ଫଳରେ ଲୋକମାନଙ୍କ ମନରେ ଅନଲାଇନ ଜିନିଷ କିଣିବା ଇଚ୍ଛା ହୁଏ ନାହିଁ । ଏବେ ଫ୍ଲିପକାର୍ଡ ଏପରି କିଛି ନୂଆ ଉପାୟ ଆଣିଛି ଯାହା ଦ୍ୱାରା ଆପଣଙ୍କୁ ଏହି ସବୁ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଏହି ଉପାୟ ହେଉଛି “ଓପନ ଡେଲିଭରୀ’ । ଏହା ଦ୍ୱାରା ଆପଣଙ୍କ ପାଖକୁ ଡେଲିଭରୀ ହୋଇଥିବା ପ୍ୟାକେଟକୁ ଆପଣ ଫିପକାର୍ଡ ଏଜେଣ୍ଟ ସାମ୍ନାରେ ଖୋଲିବେ । ଦେଖିବେ ଯଦି ଆପଣଙ୍କୁ ଜିନିଷ ପସନ୍ଦ ଆସିନି ତେବେ ଆପଣ ଏହାକୁ ଫେରାଇ ପାରିବେ ।

ଆପଣ ଯେତେବେଳେ ଫ୍ଲିପକାର୍ଟରେ କୌଣସି ଜିନିଷ ଅର୍ଡର କରିବେ, ତେବେ ଆପଣ ‘Open Box Delivery ’ ବିକଳ୍ପକୁ ଚୟନ କରିପାରିବେ । ଯଦି ଆପଣ ଏହି ବିକଳ୍ପ ଚୟନ କରୁଛନ୍ତି, ତେବେ ଡେଲିଭେରୀ ଏଜେଣ୍ଟ ଆପଣଙ୍କ ଘରକୁ ଆସି ଜିନିଷ ଦେବ । ଏହା ସହିତ ଆପଣଙ୍କ ସାମ୍ନାରେ ପ୍ୟାକେଜ ଖୋଲି ଯାଞ୍ଚ କରାଇବ । ଯଦି ଆପଣଙ୍କୁ ଜିନିଷ ପସନ୍ଦ ଆସିଲା ତେବେ ଗ୍ରହଣ କରିବେ, ନଚେତ ଜିନିଷକୁ ଫେରାଇ ପାରିବେ ।

Get real time updates directly on you device, subscribe now.