fbpx

କଙ୍ଗନା ରଣାୱତ ହାତ ଯୋଡି ଫ୍ୟାନ୍ସଙ୍କୁ ମାଗିଲେ ସାହାଯ୍ୟ, ଭିଡିଓ ହେଲା ଭାଇରାଲ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କର ଚଳଚ୍ଚିତ୍ର “ତେଜସ’ ପାଇଁ ଏବେ ଚର୍ଚ୍ଚାରେ । ୨୭ ଅକ୍ଟୋବରରେ ତାଙ୍କ ଫିଲ୍ମ ମୁକ୍ତି ଲାଭ କରିଥିଲା । ଏଥିରେ କଙ୍ଗନା ଭାରତୀୟ ବାୟୁ ସେନାର ପାଇଲଟ ଭାବରେ ଅଭିନୟ କରିଛନ୍ତି । ଏଥି ପାଇଁ କଙ୍ଗନା ଜୋରଦାର ପ୍ରମୋଟ କରିଥିଲେ । ତେବେ ଏହି ଫିଲ୍ମର ଟ୍ରେଲର ଟିଜର ରିଲିଜ ହେବା ପରେ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଏହା ହଲରେ ପହଞ୍ôଚଲା ବେଳେ ଫ୍ଲପ ହୋଇଥିଲା ।

ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ କଙ୍ଗନା ଦର୍ଶକମାନଙ୍କୁ ଫିଲ୍ମ ଦେଖିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହା ପ୍ରଥମ ଦିନରେ କିଛି ଭଲ ରୋଜଗାର କରିନାହିଁ । ସରଭେଶ ମେୱାରଙ୍କ ଦ୍ୱାରା ନିର୍ମିତ ଫିଲ୍ମ ୪୫ କୋଟି ଟଙ୍କା ବ୍ୟୟରେ ହୋଇଛି । କିନ୍ତୁ ଏହାର ପ୍ରଥମ ଦିନର ଫିଲ୍ମ କିଛି ଭଲ ଇନକମ କରି ନାହିଁ । “ତେଜସ’ ପ୍ରଥମ ଦିନରେ ୧.୨୫ କୋଟି ସଂଗ୍ରହ କରିଛି । ଏହା ଦେଖିବା ପରେ କଙ୍ଗନା ନିରାଶ ହୋଇଥିଲେ । ଏହା ପରେ ସେ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ସାହାଯ୍ୟ ମାଗିଥିଲେ । ଫିଲ୍ମ ଦେଖିବାକୁ ସେ ଅନୁରୋଧ କରିଥିଲେ । ଏହି ଫିଲ୍ମକୁ ଭାରତର ପ୍ରଥମ ଏୟାର ଆକ୍ସନ ଫିଲ୍ମ ଭାବରେ ବର୍ଣ୍ଣନା କରାଯାଉଛି ।

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କହିଛନ୍ତି କୋଭିଡ ପରେ ଆମର ଫିଲ୍ମ ଇଣ୍ଡଷ୍ଟ୍ରି ସୁସ୍ଥ ହୋଇ ନାହିଁ । ମୁଁ ଦର୍ଶକ ମାନଙ୍କୁ ଅନୁରୋଧ କରୁଛି ଆପଣ ଫିଲ୍ମକୁ ଦେଖନ୍ତୁ । ଯଦି ଆପଣ ମାନେ ଉରୀ, ନେର୍ଜା, ମେରୀକମ ପରି ଫିଲ୍ମ ଦେଖୁଛନ୍ତି ତେବେ ଏହାକୁ ମଧ୍ୟ ଆପଣମାନେ ଖୁବ ପସନ୍ଦ କରିବେ ।

 

View this post on Instagram

 

A post shared by Kangana Ranaut (@kanganaranaut)

Get real time updates directly on you device, subscribe now.