fbpx

Breaking News; ବାଂଲାଦେଶକୁ ହରାଇ ବିଜୟ ହାସଲ କଲା ନେଦରଲାଣ୍ଡ

Advertisement

ଓଡିଶା ଭାସ୍କର; ବାଂଲାଦେଶକୁ ହରାଇ ବିଜୟ ହାସଲ କଲା ନେଦରଲାଣ୍ଡ । କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ବାଜି ମାରିନେଇଛି ନେଦରଲାଣ୍ଡ। ଏହି ମ୍ୟାଚକୁ ନେଇ ବିଶ୍ୱକପ ୨୦୨୩ରେ ଦ୍ୱିତୀୟ ଥର ପାଇଁ ବିଜୟ ହାସଲ କରିଛି ନେଦରଲାଣ୍ଡ।

ତେବେ ଆଜିର ଏହି ୨୮ତମ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ନେଦରଲାଣ୍ଡ । ୫୦ ଓଭର ବିଶିଷ୍ଟ ଏହି ମ୍ୟାଚରେ ୯ ୱିକେଟ ହରାଇ ମୋଟ ୨୨୯ ରନ ସଂଗ୍ରହ କରିଥିଲା ଦଳ । ଫଳରେ ବାଂଲାଦେଶ ଆଗରେ ୨୩୦ ରନର ଟାର୍ଗେଟ ରହିଥିଲା । ମାତ୍ର ଦ୍ୱିତୀୟ ଇନିଂସରେ ୨୩୦ ରନ ଲକ୍ଷ୍ୟ ରଖି ବ୍ୟାଟିଂ କରୁଥିବା ବାଂଲାଦେଶ ୮୭ ରନରେ ପରାଜିତ ହୋଇଛି । ଦୁଇ ଶତକ ହାସଲ କରିବା ତ ଦୂରର କଥା ମାତ୍ର ୧୪୨ ରନରେ ଅଲଆଉଟ ହୋଇଯାଇଛି ବାଂଲା ଦଳ । ମେହିଦି ହାସାନ ମିରାଜ ସର୍ବାଧିକ ୩୫ ରନ କରି ଦଳୀୟ ସ୍କୋରକୁ ବୃଦ୍ଧି କରିଥିଲେ । ସେହିପରି ମହମ୍ମଦୁଲ୍ଲା ଓ ମୁସ୍ତାଫିକୁର ରହିମ ୨୦ ରନ ଲେଖାଏଁ ଦଳକୁ ଦେଇଥିଲେ । ଅପରପକ୍ଷେ ନେଦରଲାଣ୍ଡ ପାଇଁ ପଲ୍ ଭନ୍ ମିକେରେନ ୪ଟି ୱିକେଟ ନେଇଥିବାବେଳେ ବାସ୍ ଡି ଲିଡ୍ସ ୨ଟି ୱିକେଟ ନେଇଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.