fbpx

ଖନନରେ ମିଳିଲା ୪୦୦ ବର୍ଷ ପୂରୁଣା ହସ୍ତ ଗୋଲା, ଏହି ହତିଆର ଉପରେ ଲେଖା ହୋଇଛି ଚେତାବନୀ

Advertisement

ଓଡିଶା ଭାସ୍କର : ଆର୍କୋଲୋଜିଷ୍ଟ କିଛି ଦିନ ପୂର୍ବରୁ ଖନନରେ ଏକ ଏପରି ଜିନିଷ ପାଇଥିଲେ ଯାହାର କଥା ଇତିହାସର ଅନେକ କଥାରେ ଉଲ୍ଲେଖ କରାଯାଇଥିଲା । ଏହା ଚୀନୀ ଦିୱାର ପାଖରେ ୪୦୦ ବର୍ଷ ପୁରୁଣା ପଥରର ହାତ ଗୋଲା ମିଳିଛି ।

୫୯ ଫଥର ହାସ୍ତଗୋଲା ଗ୍ରେଟୱାଲ ର ପଶ୍ଚିମ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥିଲା । ଏହା ବେଜିଙ୍ଗ ସହରର ପ୍ରାୟ ୮୦ କିଲୋମିଟର ଦୂରରେ ପଶ୍ଚିମରେ ଅବସ୍ଥିତ । ତେବେ ଚୀନର ପୂରାତତ୍ୱ ସଂସ୍ଥାନର ରିସର୍ଚ୍ଚର ହିଛନ୍ତି ଦ ଗ୍ରେଟୱାଲ ଅଫ ଚାଇନା ପାଖରେ ଏପରି ଐତିହାସିକ ଜିନିଷ ମିଳିବା ଏକ ଖୁସି ଖବର ନିହାତି । ତେବେ ଏହି ହତିଆର ୪୦୦ ବର୍ଷ ପୂରୁଣା । ତେବେ ଆର୍କୋଲୋଜିଙ୍କ କହିବା ଅନୁସାରେ ଏହି ସାଧାରଣ ଦେଖା ଯାଉଥିବା ଗୋଲାକାର ପଥର ଭିତରେ ବାରୁଦ ଭରା ହେବା ପରେ ଏହା ସବୁଠାରୁ ଡେନଜର ଗୋଲା ହୋଇଥାଏ । ଏହା ପରେ ଏଥିରୁ ଭୟଙ୍କର ବିସ୍ଫୋରଣ ହୋଇଥାଏ । କେବଳ ସେତିକି ନୁହେଁ ଏହି ହାତ ଗୋଲା ଉପରେ ଲେଖା ହୋଇଛି ମେସେଜ । ଏଥିରେ ଶତ୍ରୃକୁ ସାବଧାନ ରହିବାକୁ ମେସେଜ ଲେଖା ଯାଇଛି ।
ଚାଇନାର ଦ ଗ୍ରେଟୱାଲ ପାଚେରୀ ଶତ୍ରୃକୁ ଭିତରକୁ ପ୍ରବେଶ କରିବାକୁ ନ ଦେବାକୁ ନିର୍ମାଣ କରାଯାଇଥିଲା । ଏହି ପ୍ରଚୀର ଉପରେ ଅନେକ କଳାକୃତ୍ରୀ ଦୈନ ଦିନ ଜୀବନ ଏବଂ ସଂସ୍କୃତି ଚିତ୍ରିତ ହୋଇଛି । ଏହା ଛଡା ଏହି ପ୍ରାଚେରୀରୁ ଅନେକ ପୂରାତନ ଜିନିଷ ମିଳିଛି ।

ଏହି ପାଚେରୀର ପାଖରେ ଖନନ ସମୟରେ ଅନେକ ପୂରାତନ ଜିନିଷ ମିଳିଥିଲା । ୨୦୦୦ ଏବଂ ୨୦୨୨ ମଧ୍ୟରେ ଏଠାରେ ୧୧୦ ଥର ଖନନ କରାଯାଇଛି । ଯେଉଁଥିରେ ୨୦୨୧ରେ ହୋଇଥିବା ଏକ ପ୍ରେଜେକ୍ଟ ମଧ୍ୟ ସାମିଲ ହୋଇଛି ।

Get real time updates directly on you device, subscribe now.