fbpx

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ, ନବ ବଧୂ ରୂପରେ ସଜେଇ ହୋଇଛି ସାରା ସହର

Advertisement

ଢେଙ୍କାନାଳ : ଢେଙ୍କାନାଳରେ ଧନଧାତ୍ରୀ ଦେବୀ ମା’ଲକ୍ଷ୍ମୀଙ୍କର ପୂଜା ଆରମ୍ଭ ହୋଇଛି । ଏଥି ପାଇଁ ସାରା ସହର ନବ ବଧୂ ଭାବରେ ସଜେଇ ହୋଇଛି । ସାରା ସହରରେ ଉତ୍ସବମୁଖର ହୋଇ ଉଠିଛି । ଚଳିତ ବର୍ଷ ସହରରେ ୩୮ ଟି ପୂଜା ମଣ୍ଡପ ହୋଇଛି । ପୂଜାକୁ ସୂଚାରୁ ରୂପରେ ଚଳାଇବା ପାଇଁ ପ୍ରତ୍ୟେକ ପୂଜା କମିଟିର ଲୋକମାନେ ତାଙ୍କ କାମରେ ଲାଗିଛନ୍ତି । ସମସ୍ତ ମଣ୍ଡପର ସାଜ୍ଜସଜ୍ଜା ଆକର୍ଷଣୀୟ ହୋଇଛି । ତେବେ ଢେଙ୍କାନାରେ ଏହି ପ୍ରସିଦ୍ଧ ପୂଜା ୮୨ ବର୍ଷରେ ପଦାର୍ପଣ କରିଛି । ତେବେ ସହରରେ ପୂଜାକୁ ଶୃଙ୍ଖଳିତ କରିବାକୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେତେ ୧୧ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.