fbpx

ଭୁବନେଶ୍ୱରରେ ରୋଜଗାର ମେଳା, ୧୭୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

Advertisement

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଆଜି ଦେଶରେ ବେରୋଜଗାରୀ ହ୍ରାସ ପାଇବାରେ ଲାଗିଛି । ଏହା ସହିତ କର୍ମ ନିଯୁକ୍ତିରେ ମହିଳା ମାନେ ଆଗରେ ଅଛନ୍ତି । ଶନିବାର ଦିନ ଭୁବନେଶ୍ୱରରେ “ରାଷ୍ଟ୍ରିୟ ରୋଜଗାର ମେଳା’ର ୧୦ମ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିଲା । ଏହା ଛଡା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୧୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତ । ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦୧୭-୧୮ରେ ଦେଶରେ ୬% ବେରୋଜଗାରୀ ତୁଳନାରେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨%ରେ ପହଞ୍ଚିଛି । ୨୦୧୭-୧୮ରେ କର୍ମକ୍ଷେତ୍ରରେ ମହିଳା ଭାଗିଦାରୀ ୨୩% ଥିବାବେଳେ ୨୦୨୨-୨୩ ବର୍ଷରେ ୩୭ %କୁ ବଢିଛି ।

ସମାଜର ବିକାଶ ପାଇଁ ମହିଳାଙ୍କ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି । ଆଜି ଦେଶରେ ଓ୍ୱାର୍କ ଫୋର୍ସକୁ ବଢାଇବା ପାଇଁ ହେଲେ ସମସ୍ତଙ୍କୁ ବିଶେଷ ଭାବରେ ପରିବର୍ତ୍ତିତ ଟେକ୍ନୋଲୋଜି ପ୍ଲାଟଫର୍ମକୁ ଆପଣାଇ ମହିଳାଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ -ସ୍କିଲିଂ କରାଇବା ପାଇଁ ପଡିବ । ଏହା ଦ୍ୱାରା ଦେଶର ଅର୍ଥନୀତି ଆହୁରି ମଜଭୂତ୍ ହେବ । ଓଡ଼ିଶା ସମେତ ଦେଶରେ କେବଳ ନିଯୁକ୍ତି ଦେବା ପାଇଁ ନୁହେଁ ବରଂ ନିଯୁକ୍ତିଦାତା ସୃଷ୍ଟି କରାଇବା ପାଇଁ ହେବ ।

Get real time updates directly on you device, subscribe now.