fbpx

ହ୍ରାସ ପାଇଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୨୯ା୧୧(ଓଡ଼ିଶା ଭାସ୍କର): ଦେଶର ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ଜଣାପଡ଼ିଛି । ଦ୍ୱିତୀୟ ତିନି ମାସରେ ଜିଡ଼ିପି ଅଭିବୃଦ୍ଧି ହାର ପୁଣି ହ୍ରାସ ପାଇଛି । ଅଭିବୃଦ୍ଧି ହାର ୦.୫%କୁ ହ୍ରାସ ପାଇଛି । ୦.୫% କୁ କମି ଅଭିବୃଦ୍ଧି ହାର ହ୍ରାସ ପାଇ ୪.୫% ରେ ପହଞ୍ଚିଛି । ଆଜି କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି । ପ୍ରଥମ ତିନି ମାସରେ ଜିଡ଼ିପି ଅଭିବୃଦ୍ଧି ହାର ୫% ଥିଲା ।

Get real time updates directly on you device, subscribe now.