fbpx

ଗିରଫ ହେଲା ଓୟୋ ବ୍ଲାକମେଲର

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ଯୁବତୀଙ୍କ ଭିଡ଼ିଓ ଭଇରାଲ ପ୍ରସଙ୍ଗରେ ଓୟୋ ବ୍ଲାକମମେରଙ୍କୁ ଆଜି ଗିରଫ କରିଛି ପୋଲିସ । ସେମାନେ ଦୁଇ ଜଣ ମିଶି ବ୍ଲାକମେଲ କରୁଥିବା ଜଣାପଡ଼ିଛି । ବ୍ଲାକମେଲ ଅଭିଯୋଗରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଉଛନ୍ତି ଓୟୋର ରୋଷେୟା ଓ ସେଠାକାର ଜଣେ କର୍ମଚାରୀ । ସେମାନଙ୍କ ନାମ ହେଉଛି ସେକ୍ ନସୀମ ଓ ବାବୁନା ବେହେରା । ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ କରିଦେବାକୁ କହି ବ୍ଲାକମେଲ କରିଥିଲେ । ଏହାସହ ଯୁବତୀଙ୍କୁ ୫୦ହଜାର ଟଙ୍କା ମଧ୍ୟ ଦାବି କରୁଥିଲେ କର୍ମଚାରୀ ।

Get real time updates directly on you device, subscribe now.