fbpx

ସ୍ଥଳସେନା ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ଜେନେରାଲ ମନୋଜ ପାଣ୍ଡେ, ଏମଏମ ନରବଣେଙ୍କଠୁ ନେଲେ ଦାୟିତ୍ୱ

ନୂଆଦିଲ୍ଲୀ: ଶନିବାର ୨୯ ତମ ସ୍ଥଳ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନରାଲ ମନୋଜ ପାଣ୍ଡେ । ଜେନରାଲ ଏମଏମ ନରବଣେ ତାଙ୍କ ଦାୟିତ୍ୱରୁ ଇସ୍ତଫା ନେବା ପରେ ସେ ଏହି ଦାୟିତ୍ୱ ନେଇଛନ୍ତି । ଏହା ପୁର୍ବରୁ ସେ ଉପ-ସ୍ଥଳ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରି ସାରିଛନ୍ତି । ସେ ପ୍ରଥମ ବ୍ୟକ୍ତି ଯିଏକି, ସେନାର ଇଞ୍ଜିନିୟର ବିଭାଗରୁ ଆସି ସ୍ଥଳ ସେନା ମୁଖ୍ୟ ହୋଇଛନ୍ତି ।

ଜେନେରାଲ ପାଣ୍ଡେ ଏପରି ସମୟରେ ସ୍ଥଳ ସେନାର ଦାୟିତ୍ୱ ଗ୍ରହଣ କରିଛନ୍ତି ଯେଉଁ ସମୟରେ ପଡ଼ୋଶୀ ଚୀନ ସହିତ ଭାରତର ସୀମାରେ ସମସ୍ୟା ଲାଗି ରହିଛି । ସ୍ଥଳସେନା ମୂଖ୍ୟ ଭାବରେ ତାଙ୍କୁ ଥିଏଟର କମାଣ୍ଡର ଗଠନ କରିବା ଲାଗି ତାଙ୍କୁ ବାୟୁସେନା ଏବଂ ନୌସେନା ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ ।

ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଜେନେରାରଲ ବିପିନ୍ ରାୱତ ଥିଏଟର କମାଣ୍ଡର ଭାବରେ ଦାୟିତ୍ୱ ତୁଲାଉଥିଲେ । ଗତବର୍ଷ ଡିସେମ୍ବର ମାସରେ ହେଲିକାପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସରକାର ଏପର୍ଯ୍ୟନ୍ତ ନୂତନ ପ୍ରତିରକ୍ଷା ମୁଖ୍ୟ କର୍ମଚାରୀ ନିଯୁକ୍ତି କରି ନାହାନ୍ତି ।

ଜେନେରାଲ ପାଣ୍ଡେ ତାଙ୍କ କ୍ୟାରିୟରରେ ଆଣ୍ଡାମାନ ନିକୋବର ଅଞ୍ଚଳର ସେନା ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ଆଣ୍ଡାମାନରେ ତିନି ସେନାର ଜଣେ ମାତ୍ର ମୁଖ୍ୟ ରହିଥାନ୍ତି । ପାଣ୍ଡେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ନିଜର ଟ୍ରେନିଂ ସାରି ୧୯୮୨ରେ କୋର ଅଫ ଇଞ୍ଜିନିୟର୍ସ( ଦି ବମ୍ବେ ସେପର୍ସ)ରେ ଯୋଗ ଦେଇଥିଲେ । ତାଙ୍କର ଲମ୍ବା କ୍ୟାରୀୟରରେ ସେ ବିଭିନ୍ନ ପଦବୀରେ ଦାୟିତ୍ୱ ତୁଲାଇଛନ୍ତି ଏବଂ କିଛି ସ୍ଥାନରେ ସିଧାସଳଖ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି ।

ଜମ୍ମୁ କାଶ୍ମୀରରେ ଅପରେଶନ ପରାକ୍ରମ ସମୟରେ ସୀମା ନିକଟରେ ଏକ ଇଞ୍ଜିନିୟର ରେଜିମେଣ୍ଟର କମାଣ୍ଡର ଥିଲେ । ଏହା ସହିତ ସେ ଲଦାଖରେ ପର୍ବତୀୟ ଡିଭିଜନ ଏବଂ ପୁର୍ବତ୍ତରରେ ଏକ କୋରର କମାଣ୍ଡର ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।

 

Get real time updates directly on you device, subscribe now.