fbpx

କରୋନାରେ ୧୩୦ ବିଲିୟନ କ୍ଷତିପୂରଣ ବିଲ ଚୀନ କୁ ପଠାଇଲା ଜର୍ମାନୀ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର): କୋରୋନା ପ୍ରଭାବରେ ଜାପାନରେ ୧୩୦ ବିନିୟନ ଡଲାରର କ୍ଷତି ହୋଇଛି। କୋରୋନା ପାଇଁ ଚୀନକୁ ଦାୟୀ କରିବା ସହିତ ସମାଲୋଚନା ଜର୍ମାନୀ କ୍ଷତି ଭରଣା ପାଇଁ ୧୩୦ ବିଲିୟନର ଏକ ଚିଠା ପ୍ରସ୍ତୁତ କରିଛି। କ୍ଷତିଭରଣା ପାଇଁ ଏହି ଚିଠାକୁ ଚୀନ ସରକାରଙ୍କ ନିକଟକୁ ପଠାଇଥିବା ମଧ୍ୟ ଜଣାପଡ଼ିଛି। ଜର୍ମାନୀର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ବିଲ୍ଡ୍ କୋରୋନା ଭାଇରସରେ ଦେଶରେ ହୋଇଥିବା ସମସ୍ତ କ୍ଷୟକ୍ଷତିର ଚିଠାକୁ ଛାପିଦେଇଛି। ଆଉ ଏହି କ୍ଷୟକ୍ଷତି ପାଇଁ ଉକ୍ତ ଗଣମାଧ୍ୟମ ସଂସ୍ଥା ଚୀନକୁ ମଧ୍ୟ ଦାୟୀ କରିଛି। ତେବେ ବିଲ୍ଡ ଏକ ଆଲେଖ୍ୟରେ ଏହି ଚିଠାକୁ ଆନୁମାନିକ କ୍ଷତି ବୋଲି ଦର୍ଶାଇଛି। ପ୍ରକାଶିତ ଏହି ଚିଠାରେ ଦର୍ଶାଯାଇଥିବା କ୍ଷତି ଅନୁଯାୟୀ ୨୭ ମିନିୟନ ୟୁରୋ ପର୍ୟ୍ୟଟନ କ୍ଷେତ୍ରରେ ହୋଇଛି। ସେହିପରି ୭। ୨ ମିନିୟନ ୟୁରୋ କ୍ଷତି ସିନେ ଇଣ୍ଡଷ୍ଟ୍ରୀର ହୋଇଛି। ଜର୍ମାନୀ ଏୟାର ଲାଇନ୍ସ ଲୁଫଥାନ୍ସାର ଏକ ମିଲିୟନ ୟୁରୋ କ୍ଷତି ହୋଇଥିବା ବେଳେ ୫୦ ବିଲିୟନ ୟୁରୋ ଜର୍ମାନୀର ଛୋଟ ଉଦ୍ୟୋଗପତିର ହୋଇଛି। ବିଲ୍ଡ ଅନୁସାରେ ଦେଶର ପ୍ରତିଟି ଲୋକଙ୍କର ମୋଟ ୧୭୮୪ ୟୁରୋ କ୍ଷତି ହୋଇଛି। ଏହା ସହିତ ଦେଶର ଜିଡ଼ିପି ୪। ୨ ପ୍ରତିଶତ ତଳକୁ ଖସି ଆସିଛି। ଏ ସବୁ କ୍ଷତି ପାଇଁ ମଧ୍ୟ ଚୀନ ଦାୟୀ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.