fbpx
BJD SKY
BJD SKY

ମାତ୍ର ୧୨ଟଙ୍କାରେ ପାଆନ୍ତୁ ବର୍ଷକର ବୀମା, ଜାଣନ୍ତୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରୁ ମିଳୁଥିବା ଲାଭ ସମ୍ପର୍କରେ

BJD

ନୂଆଦିଲ୍ଲୀ: ଆଜିକାଲି ବୀମା ପାଇବା କୌଣସି ଶସ୍ତା କିମ୍ବା ସହଜ କାମ ନୁହେଁ, ଏଥିରେ ଆପଣଙ୍କୁ ବର୍ଷକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କୌଣସି ଦୁର୍ଘଟଣା ଘଟିବା ସମୟରେ ଦୁର୍ଘଟଣା ବୀମା ଖୁବ୍ କାମରେ ଆସିଥାଏ । କିନ୍ତୁ ଘରୋଇ କମ୍ପାନୀଗୁଡିକରେ ଏହାର ପ୍ରିମିୟମ୍ ହାର ବହୁତ ଅଧିକ । ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ପାଇଁ ଦୁର୍ଘଟଣାଜନିତ କଭରେଜ୍ ସହିତ ବୀମା ପାଇବା ସହଜ ନୁହେଁ । ତେବେ ଦେଶର ଲୋକଙ୍କ ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷ ବୀମା ଯୋଜନା ହେଉଛି ଏକ ଯୋଜନା ଯାହା କେବଳ ବାର୍ଷିକ ୧୨ ଟଙ୍କା ଖର୍ଚ୍ଚରେ ଦୁର୍ଘଟଣା ବୀମା କିମ୍ବା ଦୁର୍ଘଟଣା କଭରେଜ୍ ପ୍ରଦାନ କରିପାରିବ । ଜାଣନ୍ତୁ ସରକାରଙ୍କ ଏହି ବୀମା ସମ୍ପର୍କରେ ବିସ୍ତୃତରେ….

୨୦୧୫ ଫେବୃଆରୀ ୨୮ତାରିଖରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବାର୍ଷିକ ବଜେଟ ୨୦୧୫-୧୬ ରେ ଘୋଷଣା କରାଯାଇଥିଲା। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭାରତର ବିଶାଳ ଜନସଂଖ୍ୟାକୁ ସୁରକ୍ଷା ବୀମା ଯୋଗାଇବା ଯେଉଁ ମାନଙ୍କ ପାଖରେ ଜୀବନ ବୀମା ନାହିଁ । ଏହି ବୀମା ଯୋଜନା ଅଧୀନରେ ଦୁର୍ଘଟଣା ବୀମା ବାର୍ଷିକ ୧୨ ଟଙ୍କା ପ୍ରିମିୟମରେ କରାଯିବ । ଏହି ଯୋଜନା ୧୮ ବର୍ଷରୁ ୭୦ ବର୍ଷ ବୟସର ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ହେଉଛି ଏକ ପ୍ରକାର ଦୁର୍ଘଟଣା ବୀମା ପଲିସି ଯେଉଁଥିରେ ଦୁର୍ଘଟଣା ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ହେଲେ ବୀମା ରାଶି ଦାବି କରାଯାଇପାରିବ ।

କଣ ରହିଛି ଏହା ଅଧୀନରେ ମିଳୁଥିବା କଭରେଜ୍:

ଯଦି ଏହି ଯୋଜନା ଅନ୍ତର୍ଗତ ବୀମା ନେଉଥିବା ବ୍ୟକ୍ତି ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି, କିମ୍ବା ଯଦି ଦୁର୍ଘଟଣାରେ ଉଭୟ ଆଖି କିମ୍ବା ଦୁଇ ହାତ କିମ୍ବା ଦୁଇ ଗୋଡ଼ ଖରାପ ହୋଇଯାଏ, ତେବେ ସେ ସୁରକ୍ଷା ବୀମା ରୂପେ ୨ ଲକ୍ଷ ଟଙ୍କା ପାଇପାରିବେ । ଯେହେତୁ ଏଥିରେ ଆକସ୍ମିକ କଭରେଜ୍ (ପୂର୍ଣ୍ଣ ୨ ଲକ୍ଷ / ଆଂଶିକ ୧ ଲକ୍ଷ) ଉପଲବ୍ଧ, ତେଣୁ ମୃତ୍ୟୁ ଏବଂ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ବୀମା ପ୍ରଦାନ କରିବାର ବ୍ୟବସ୍ଥା ଅଛି ।

କିପରି କରିବେ ଆବେଦନ:

ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ରେଜିଷ୍ଟର୍ କରିବା ପାଇଁ ଆକାଉଣ୍ଟଧାରୀଙ୍କୁ ତାଙ୍କ ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧାକୁ ଲଗଇନ କରିବାକୁ ପଡିବ ଯେଉଁଠାରେ ତାଙ୍କର ସେଭିଂସ୍ ଆକାଉଣ୍ଟ ଅଛି। ଜଣେ ବ୍ୟକ୍ତି କେବଳ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନାରେ ଜୁନ୍ ୧ ରୁ ମେ ୩୧ ପର୍ୟ୍ୟନ୍ତ ଏକ ବର୍ଷର କଭରେଜ୍ ରହିଛି । ଯାହାକୁ ବ୍ୟାଙ୍କ ମାଧ୍ୟମରେ ପ୍ରତିବର୍ଷ ନବୀକରଣ କରିବାକୁ ପଡିବ । ଏହି ଯୋଜନାରେ ପ୍ରିମିୟମ୍ ରାଶି ହେଉଛି ସମସ୍ତ ଟିକସକୁ ଅନ୍ତର୍ଭୁକ୍ତ କରି ୧୨ ଟଙ୍କା ଯାହାକି ଅଟୋ-ଡେବିଟ୍ ସେବା ମାଧ୍ୟମରେ ପ୍ରତିବର୍ଷ ୧ ଜୁନ୍ ପୂର୍ବରୁ ବୀମାଭୁକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରୁ କଟାଯାଇଥାଏ ।

 

 

Get real time updates directly on you device, subscribe now.