fbpx
BSKY
BJD MC SKY
BJD YOUTH SKY

ସକାଳୁ ଉଠି ଖାଲି ପେଟରେ ଗ୍ୟାସ୍ ବଟିକା ପରିବର୍ତ୍ତେ ଖାଆନ୍ତୁ ଏହି ଜିନିଷ, ଗ୍ୟାସ୍ ରୋଗ ପାଖ ମାଡିବନି

ଓଡ଼ିଶା ଭାସ୍କର: ଆଜିକାଲି ଖରାପ ଖାଦ୍ୟପଦାର୍ଥ କାରଣରୁ ବଦହଜମି ବା ପାଚନତନ୍ତ୍ରରେ ସମସ୍ୟା ଏକ ସାଧାରଣ କଥା ପାଲଟିଯାଇଛି । ଏପରି ଅବସ୍ଥା ହୋଇଛି କି ଲୋକମାନେ ସକାଳେ ବିଛଣାରୁ ଉଠିବା ମାତ୍ରେ ଗ୍ୟାସ୍ ବଟିକା ଖୋଜୁଛନ୍ତି । ଏପରି ସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି ଏକ ପଥି ବିଷୟରେ କହିବୁ ଯାହା ଆପଣାଇ ଆପଣ ପେଟ ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବେ । ବାସ୍ ଆପଣ ଏହାକୁ ସକାଳେ ଖାଲି ପେଟରେ ଖାଇବେ । ଏହା ଆପଣଙ୍କ ସମସ୍ତ ପେଟ ସମସ୍ୟା ସହଜରେ ଦୂର କରିଦେବ ।

ଜୁଆଣି: ପାଚନତନ୍ତ୍ରକୁ ସୁସ୍ଥ ରଖିବାରେ ଏହା ବହୁତ ସହାୟକ ହୋଇଥାଏ । ଯଦି ଆପଣ ପ୍ରତିଦିନ ସକାଳେ ଗ୍ୟାସ୍ ବଟିକା ଖାଉଛନ୍ତି ତେବେ କିଛି ଦିନ ଉଠିବା ମାତ୍ରେ ଏକ ଚାମଚ ଜୁଆଣୀ ଖାଇକରି ଦେଖନ୍ତୁ । ଏହାଦ୍ୱାରା ଆପଣଙ୍କ ହଜମଜନିତ ସମସ୍ୟା ଦୂର ହୋଇଯିବ । ଏହି ପାଣିରେ କଳାଲୁଣ ପକାଇ ପିଇବା ଦ୍ୱାରା ଆପଣଙ୍କୁ ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିବ ।

ଜୁଆଣୀ ଚୁର୍ଣ୍ଣ:ଏହା ବ୍ୟତିତ ଆପଣ ଘରେ ଜୁଆଣୀ ଚୁର୍ଣ୍ଣ ପ୍ରସ୍ତୁତ କରିପାରିବେ । ଏହା ପ୍ରସ୍ତୁତ କରିବା ପାଇଁ ୨ ଚାମଚ ଜୁଆଣୀ, ଅଧା ଚାମଚ କଳାଲୁଣ, ୨ ଚାମଚ ଜିରା ଓ ଏକ ଚୁଟକୀ ହେଙ୍ଗୁ ନିଅନ୍ତୁ । ଏବେ ଜୁଆଣି ଓ ଜିରାକୁ ଶୁଖିଲା ତାୱାରେ ଭାଜି ଦିଅନ୍ତୁ । ଏହାପରେ ସମସ୍ତ ସାମଗ୍ରୀ ମିଶାଇ ପେଶି ଦିଅନ୍ତୁ । ଏହି ଚୁର୍ଣ୍ଣକୁ ଆପଣ କୌଣସି ଏୟାରଟାଇଟ୍ ପାତ୍ରରେ ରଖି ଷ୍ଟୋର କରି ରଖନ୍ତୁ । ଏହା ପ୍ରତିଦିନ ସକାଳେ ଖାଲିପେଟରେ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ଖାଦ୍ୟ ଠିକ୍‌ରେ ହଜମ ହେବ ଓ ଗ୍ୟାସ୍ ସମସ୍ୟା ବି ଦୂର ହେବ ।

Get real time updates directly on you device, subscribe now.