fbpx

OPSC ଜାରି କଲା ନୋଟିସ୍: OCS-୨୦୨୨ ମୁଖ୍ୟ ପରୀକ୍ଷା ପାଇଁ ଜାରି ହେଲା ସବଜେକ୍ଟ କୋଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ସେବା ପରୀକ୍ଷା- ୨୦୨୨କୁ ଆସିଛି ଏକ ବଡ଼ ଅପଡେଟ୍ । ଓସିଏସ-୨୦୨୨ର ମୁଖ୍ୟ ପରୀକ୍ଷା ଚଳିତ ମାସ ୨୫ରୁ ମାର୍ଚ୍ଚ ମାସ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଫେବୃଆରୀ ୨୭, ୨୯ ଓ ମାର୍ଚ୍ଚ ୨ ତାରିଖକୁ ବାଦ୍ ଦେଇ ଅନ୍ୟ ଦିନମାନଙ୍କରେ ପରୀକ୍ଷା କରାଯିବ ବୋଲି ପୂର୍ବରୁ କୁହାଯାଇଛି । ତେବେ ଏହା ମଧ୍ୟରେ ମୁଖ୍ୟ ପରୀକ୍ଷାକୁ ନେଇ ଓପିଏସସି ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନା ମୁତାବକ, ଓପିଏସସି ପକ୍ଷରୁ ଓସିଏସ୍ ମୁଖ୍ୟ ପରୀକ୍ଷା ପାଇଁ ସବଜେକ୍ଟ କୋର୍ଡ ଜାରି କରାଯାଇଛି । ପ୍ରାର୍ଥୀମାନେ ସେମାନଙ୍କର ଆନସର ବୁକରେ ଏହି ସବଜେଷ୍ଟ କୋର୍ଡ ଲେଖିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ୭ଟି ବାଧ୍ୟତାମୂଳକ ବିଷୟ ସହିତ ଅନ୍ୟ ଅପସନାଲ ବିଷୟ / ପେପର ପାଇଁ ସବଜେଷ୍ଟ କୋର୍ଡ ଜାରି କରାଯାଇଛି । ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବଜେଷ୍ଟ କୋର୍ଡ ଚେକ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ମାସରେ ଓସିଏସ-୨୦୨୨ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିଲା । ମୋଟ ୮୨୨୦ ଜଣ ପରୀକ୍ଷାର୍ଥୀ ସେଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୭୩୦ ଜଣ ମହିଳା ପ୍ରାର୍ଥୀ ରହିଥିଲେ । କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀ ଓସିଏସ-୨୦୨୨ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

Get real time updates directly on you device, subscribe now.