fbpx
BSKY SKY
BSKY SKY

ଏବେବି ୪ ଲକ୍ଷ ଟ୍ରାକ୍ଟର ମହଜୁଦ, ଜାନୁୟାରୀ ୨୬ ପାଖେଇ ଆସିଲାଣି: MSPକୁ ନେଇ ଟିକାୟତଙ୍କ ଖୋଲା ଚ୍ୟାଲେଞ୍ଜ

BSKY

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପରେ ମଧ୍ୟ ଧାରଣାରୁ ଉଠୁନାହାନ୍ତି କୃଷକ ସଂଘ । ଏମିତି ପରସ୍ଥିତିରେ ସରକାରଙ୍କୁ ପରୋକ୍ଷରେ ଧମକ ଦେଇଛନ୍ତି କୃଷକ ନେତା ରାକେଶ ଟିକାୟତ । ସରକାର କୃଷକ ମାନଙ୍କର ଦାବି ମାନି ନିଅନ୍ତୁ । ଦାବି ନମାନିଲେ ଏବେବି ୪ ଲକ୍ଷ ଟ୍ରାକ୍ଟର ରହିଛି । ଜାନୁୟାରୀ ୨୬ ନିକଟତର ହୋଇ ଆସୁଥିବା ବେଳେ ସରକାର ଗତବର୍ଷର ପୁନରାବୃତ୍ତି ଚାହିଁବେ ନାହିଁ । ମୁମ୍ବାଇର ଆଜାଦ ମୈଦାନରେ ଟିକାୟତ ନିଜ ଭାଷଣରେ ଏମିତି କହିବା ସହିତ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

ସରକାର ନିଜ ମଥା ନୁଆଇଁବା ସହିତ ଆଲୋଚନା ଟେବୁଲକୁ ଆସନ୍ତୁ ବୋଲି କହିଛନ୍ତି ଟିକାୟତ । ସରକାର ଆମକୁ ଖଲିସ୍ତାନୀ ଏବଂ ନକ୍ସଲି ମଧ୍ୟ କହିଛନ୍ତି, ମାତ୍ର ଏସବୁ ସତ୍ତେ୍ୱ ଆମେ ଏକତ୍ର ରହିବାରୁ ବିଜୟୀ ହେଲୁ ବୋଲି କହିଛନ୍ତି ଟିକାୟତ । କୃଷି ଆଇନ ହଟିବା ପରେ କୃଷି ସଙ୍ଗଠନ ପକ୍ଷରୁ ବର୍ତ୍ତମାନ ୬ଟି ଦାବି ସରକାରଙ୍କ ନିକଟରେ ରଖାଯାଇଛି । ଏହି ଦାବି ମଧ୍ୟରେ ଏମଏସପି ସମ୍ବଳିତ ଦାବି ମଧ୍ୟ ରହିଛି । ଏହି ଦାବି ଗୁଡିକ ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ଏବଂ ୪ ଲକ୍ଷ ଟ୍ରାକ୍ଟରକୁ ନେଇ ଆନ୍ଦୋଳନ ହେବ ବୋଲି ଟିକାୟତ କହିଛନ୍ତି ।

Get real time updates directly on you device, subscribe now.