fbpx
BSKY
BJD SHG SKY
BJD YOUTH SKY

ଚା’ ତିଆରି କରିବାକୁ ନେଇ କଳହ: ଖଣ୍ଡାରେ ଗଳା କାଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଉତ୍ତରପ୍ରଦେଶ: ଚା’ ତିଆରି କରିବାକୁ ନେଇ ସ୍ୱାମୀ କାଟିଲା ସ୍ତ୍ରୀର ବେକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ସହରରେ । ତେବେ ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ହତ୍ୟା କରାଯାଇଥିବା ଅସ୍ତ୍ରକୁ ମଧ୍ୟ ଜବତ କରି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଜାଗିଆବାଦ ସହର ଭୋଜପୁର ଥାନା ଅଧୀନ ଫଜଲଗଡ଼ ଗାଁର ବାସିନ୍ଦା ଧର୍ମବୀର, ଆଜି ସକାଳେ ନିଜ ପତ୍ନୀ ସୁନ୍ଦରୀ(୫୦)ଙ୍କୁ ଚା’ ମାଗିଥିଲେ । କିନ୍ତୁ ପତ୍ନୀ ଅନ୍ୟ କିଛି କାମ ଥିବା କହି ଚାହା ପରେ ତିଆରି କରିବାକୁ କହିଥିଲେ । ତେବେ ଏହି ସାମାନ୍ୟ କଥାକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ଏହି ବଚସା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା । ବଚସା ଏତେ ବଢ଼ିଗଲା ଯେ ପତି ଘରେ ରଖା ହୋଇଥିବା ଏକ ଧାରୁଆ ଖଣ୍ଡା ନେଇ ସ୍ତ୍ରୀଙ୍କର ବେକ କାଟି ଦେଇଥିଲେ । ମା’ଙ୍କର ପାଟି ଶୁଣି ପିଲାମାନେ ଘଟଣାସ୍ଥଳକୁ ଚାଲିଆସିବାରୁ ଅଭିଯୁକ୍ତ ପିଲାମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ । ତେବେ ଏହି ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ତେବେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏହା ସହିତ ଆକ୍ରମଣ କରାଯାଇଥିବା ଖଣ୍ଡା ମଧ୍ୟ ସେଠାରୁ ଜବତ କରିଛି । ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କର କୌଣସି ଖବର ମିଳିନଥିବା ବେଳ ପୁଲିସ ତନାଘନା ଜାରି ରଖିଛି ।

Get real time updates directly on you device, subscribe now.