fbpx
BJD SKY
BJD SKY

ଅଧିକ ଚାପ ଯୋଗୁଁ ପ୍ରଭାବିତ ହୋଇଥାଏ ଶରୀରର ଏହି ୫ ଟି ଅଙ୍ଗ: ରିସର୍ଚ୍ଚରୁ ଖୁଲାସା

BJD

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଲୋକମାନେ ଅଧିକ ଚାପ ବା ଷ୍ଟ୍ରେସରେ ରହୁଛନ୍ତି l ଗବେଷଣା କହୁଛି ଯେ ଶରୀର ପାଇଁ ସାମାନ୍ୟ ଷ୍ଟ୍ରେସ ଆବଶ୍ୟକ , କିନ୍ତୁ ଏହା ଅଧିକ ହେବା ଦ୍ୱାରା ଶରୀର ପ୍ରଭାବିତ ହୋଇଥାଏ l ଯଦି ଆପଣ ଭାବୁଛନ୍ତି ଯେ ଷ୍ଟ୍ରେସ ଦ୍ୱାରା କେବଳ ମେଣ୍ଟାଲ ହେଲଥ ପ୍ରଭାବିତ ହୋଇଥାଏ ତେବେ ଏହା ଭୁଲ l

ଗବେଷକ ଙ୍କ ମତରେ ଷ୍ଟ୍ରେସ ଶରୀରର ୫ ଟି ଅଙ୍ଗ କୁ ପ୍ରଭାବିତ କରିଥାଏ l ଆସନ୍ତୁ ଜାଣିବା ସେହି ଅଙ୍ଗ ଗୁଡିକ କଣ ?

ରେସ୍ପିରେଟୋରି ସିଷ୍ଟମ :-
ରେସ୍ପିରେଟୋରି ସିଷ୍ଟମ ଦ୍ୱାରା ଆମ ଶରୀର ର ସେଲସ କୁ ଆକ୍ସିଜେନ ସ୍ୱପ୍ଲାଏ ହୋଇଥାଏ ଓ ଶରୀରରୁ କାର୍ବନ ଡାଇ ଅକ୍ସସାଇଡ ନିର୍ଗତ ହୋଇଥାଏ l ଷ୍ଟ୍ରେସ କାରଣରୁ କାର୍ବନ ଡାଇ ଅକ୍ସ ସାଇଡ ନିର୍ଗତ ହୋଇ ଆପଣଙ୍କ ଶରୀର କୁ ଠିକ ଭାବରେ ଅକ୍ସିଜେନ ସ୍ୱପ୍ଲାଏ ହୋଇ ପାରେ ନାହିଁ ଏବଂ ରେସ୍ପିରେଟୋରି ସିଷ୍ଟମ ପ୍ରଭାବିତ ହୋଇଥାଏ l

ପେଟ ର ସମସ୍ୟା :- ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗବେଷକ ଙ୍କ ମତରେ ଅତ୍ୟଧିକ ଷ୍ଟ୍ରେସ କାରଣରୁ ପେଟ ଯନ୍ତ୍ରଣା ସମସ୍ୟା ଦେଖା ଯାଇଥାଏ l ଅଧିକାଂଶ ଲୋକ ଙ୍କ ନିକଟରେ ଷ୍ଟ୍ରେସ କାରଣରୁ ଏସିଡିଟି ଓ ଗ୍ୟାସ ସମସ୍ୟା ହୋଇଥାଏ l

ରିପ୍ରଡକ୍ଟିଭ ସିଷ୍ଟମ ପ୍ରଭାବିତ ହୋଇଥାଏ :-
ଷ୍ଟ୍ରେସ ଅଧିକ ହେବା ଦ୍ୱାରା ମଣିଷ ମାନଙ୍କର ରିପ୍ରଡକ୍ଟିଭ ସିଷ୍ଟମ ଗମ୍ଭୀର ଭାବରେ ପ୍ରଭାବିତ ହୋଇଥାଏ l ମହିଳା ଙ୍କ ନିକଟରେ ଷ୍ଟ୍ରେସ ବଢିବା କାରଣରୁ ପିରିୟଡ଼ସ ସମସ୍ୟା ଦେଖା ଯାଇଥାଏ l ଏବଂ ଏହି କାରଣରୁ ଫାର୍ଟିଲିଟି ସମସ୍ୟା ବାଧାପ୍ରାପ୍ତ ହୋଇଥାଏ l ପୁରୁଷ ମାନଙ୍କ ନିକଟରେ ରିପ୍ରଡକ୍ଟିଭ ସିଷ୍ଟମ ପ୍ରଭାବିତ ହୋଇଥାଏ l

ନର୍ଭସ ସିଷ୍ଟମ ପ୍ରଭାବିତ ହୋଇଥାଏ :-
ଅତ୍ୟଧିକ ଷ୍ଟ୍ରେସ କାରଣରୁ ନର୍ଭ ସିଷ୍ଟମ ପ୍ରଭାବିତ ହୋଇ ମସ୍ତିଷ୍କ ଉପରେ ପଡିଥାଏ l ଅତ୍ୟଧିକ ଷ୍ଟ୍ରେସ କାରଣରୁ ଇଂଗଯାଇଟି ଓ ଡିପ୍ରେସନ ସମସ୍ୟା ଦେଖା ଯାଇଥାଏ l ଯେଉଁ କାରଣରୁ ଫିଜିକାଲ ପ୍ରୋବ୍ଲେମ ଦେଖା ଯାଇଥାଏ l

ହାର୍ଟ ପ୍ରଭାବିତ ହୋଇଥାଏ :-
ଅତ୍ୟଧିକ ଷ୍ଟ୍ରେସ କାରଣରୁ ହାର୍ଟ ପ୍ରଭାବିତ ହୋଇଥାଏ l କାହିଁକି ନା ଷ୍ଟ୍ରେସ କାରଣରୁ ହାର୍ଟ କୁ ଠିକ ଭାବରେ ଅକ୍ସିଜେନ ସ୍ୱପ୍ଲାଏ ହୋଇପାରେ ନାହିଁ l ଏହାଛଡା କଲେଷ୍ଟ୍ରାଲ ମଧ୍ୟ ଅତ୍ୟଧିକ ଷ୍ଟ୍ରେସ କାରଣରୁ ପ୍ରଭାବିତ ହୋଇଥାଏ

Get real time updates directly on you device, subscribe now.