fbpx

ଗୁରୁଣ୍ଡି ଗୁରୁଣ୍ଡି ଯାଇ କାଟୁଥିଲେ ବେଆଇନ ବିଜୁଳି ସଂଯୋଗ, ଧରିନେଲେ ବିଦ୍ୟୁତ କର୍ମଚାରୀ, ଆଉ ତ’ପରେ…

ନୂଆଦିଲ୍ଲୀ: ଗାଜିଆବାଦର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭଡିଓରେ କିପରି ଜଣେ ବିଦ୍ୟୁତ୍ କର୍ମଚାରୀ ଜଣେ ବେଆଇନ ବିଜୁଳି ଚୋରି କରୁଥିବା ବ୍ୟକ୍ତିକୁ ଧରୁଛନ୍ତି ଦେଖନ୍ତୁ ।

ଘଟଣା ଅନୂଯାୟୀ, ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ଆଗମନ ବିଷୟରେ ପାଇ ଜଣେ ବ୍ୟକ୍ତି ହାତରେ ପ୍ଲାସ୍ ଧରି ବେଆଇନ ଭାବରେ ନେଇଥିବା ବିଦ୍ୟୁତ ସଂଯୋଗ କାଟିବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବାଲକୋନୀକୁ ଯାଇଥିଲେ। କିନ୍ତୁ ବିଦ୍ୟୁତ୍ ବିଭାଗର କର୍ମଚାରୀ ପୂର୍ବରୁ ହିଁ ଏକଥା ଜାଣିଥଲେ ଏବଂ ତାଙ୍କୁ ଘଟଣାସ୍ଥଳରେ ହିଁ ଧରିଥିଲେ । ଏହି ସମଗ୍ର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ମୁରାଦନଗର ପୋଲିସ ଷ୍ଟେସନରେ ବିଦ୍ୟୁତ୍ ଚୋରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି।

Get real time updates directly on you device, subscribe now.