fbpx

ଗାଜିଆବାଦ୍ ହେଉଛି ବିଶ୍ୱର ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ସହର: ରିପୋର୍ଟ

ନୂଆଦିଲ୍ଳୀ: ବିଶ୍ୱରେ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ପରିବେଶ ପ୍ରଦୂଷଣ । ଦିନକୁ ଦିନ ସହରୀକରଣ ବୃଦ୍ଧ ପାଉଥିବାରୁ ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଆଉ ଏହାରି ମଧ୍ୟରେ ସବୁଠୁ ଅଧିକ ପ୍ରଦୂଷିତ ସହର ଏବଂ ଦେଶର ଲିଷ୍ଟ ସମ୍ପର୍କିତ ଏକ ରିପୋର୍ଟ ସାମନାକୁ ଆସିଛି । ୨୦୨୦ରେ ବିଶ୍ୱରେ ବାଂଲାଦେଶ ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ ଏହା ପଛକୁ ରହିଛି ପାକିସ୍ତାନ, ଭାରତ ଏବଂ ମଙ୍ଗୋଲିଆ ଥିଲା। ବ୍ରିଟିଶ କମ୍ପାନୀ ହାଉସ୍ଫ୍ରେସ୍ ପ୍ରକାଶିତ ଏହି ରିପୋର୍ଟରେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ।

ସେହିଭଳି ଦୁନିଆର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶର ଗାଜିଆବାଦ। ରିପୋର୍ଟ ଅନୁସାରେ, ଝିଜିଆଙ୍ଗ ପ୍ରାନ୍ତରେ ଚୀନ ସହର ହୋଟନ ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ସହର। ହୋଟନରେ ପ୍ରଦୂଷଣ ପାଇଁ ମରୁଭୂମି ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି। ବାଂଲାଦେଶର ମାନିକଗଞ୍ଜ ତୃତୀୟ ସ୍ଥାନରେ ରହିଛି। ସବୁଠୁ ଆଶ୍ଚର୍ୟ୍ୟର କଥା ହେଉଛି ଦ୍ରୁତ ଅଭିବୃଦ୍ଧି ଦିଗରେ ଗତି କରୁଥିବା ବାଂଲାଦେଶ ପ୍ରଦୂଷଣ ମାମଲାରେ ଶୀର୍ଷରେ ରହିଛି। ୫୦ ସହର ମଧ୍ୟରୁ ୪ ଦେଶର ୪୯ ସହର ପ୍ରଦୂଷିତ ସହର ଲିଷ୍ଟରେ ରହିଛି । ବାଂଲାଦେଶ, ଚୀନ, ପାକିସ୍ତାନ ଏବଂ ଭାରତର ୪୯ ସହର ଏହି ଲିଷ୍ଟରେ ସାମିଲ ଅଛି।

 

Get real time updates directly on you device, subscribe now.