fbpx

ଶୀଘ୍ର ସରକାର ଉପଭୋକ୍ତାଙ୍କୁ ଦେବାକୁ ଯାଉଛନ୍ତି ଉପହାର, କ୍ଷୀର ମୂଲ୍ୟ ବୃଦ୍ଧି ପରେ ବଢିଥିବା ଘିଅ ଓ ଲହୁଣୀ ଦର ଏବେ ଶସ୍ତା ହେବ

ନୂଆଦିଲ୍ଲୀ:କ୍ଷୀର ଓ ଦହି ସହିତ ସମସ୍ତ କ୍ଷୀରଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇବା ପରେ ଘିଅ ଓ ଲହୁଣୀର ଦାମ୍ ମଧ୍ୟ ଆକାଶଛୁଆଁ ହୋଇଯାଇଥିଲା । ଖୁବ୍ ଶୀଘ୍ର ସରକାର ଏହି ଦୁଇ ଉତ୍ପାଦର ଦାମ୍ ହ୍ରାସ କରିବାକୁ ଯାଉଛନ୍ତି । କୁହାଯାଉଛି ଘିଅ ଓ ଲହୁଣୀ ଉପରେ ଜିଏସଟି ହାର ୭ ପ୍ରତିଶତ ହ୍ରାସ କରାଯିବ । ଏହାପରେ ଏହି ୨ ଉତ୍ପାଦର ଦାମ୍ କମିଯିବ ।

ଏକ ରିପୋର୍ଟ ଅନୁସାରେ ସରକାର ଘିଅ ଓ ଲହୁଣୀ ଉପରେ ଲାଗୁଥିବା ୧୨ ପ୍ରତିଶତ ଜିଏସଟିକୁ କମ୍ କରି ଏହାକୁ ୫ ପ୍ରତିଶତ କରିବେ । ଏହାଦ୍ୱାରା ଘିଅ ଓ ଲହୁଣୀର ମୂଲ୍ୟ ୪ ପ୍ରତିଶତ ହ୍ରାସ ପାଇବ । ୨୦୨୩ରେ ଏ ପର୍ଯ୍ୟନ୍ତ କ୍ଷୀର ଦାମ୍ ୧୦ ପ୍ରତିଶତ ବୃଦ୍ଧି ପାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗତ ୩ ବର୍ଷ ମଧ୍ୟରେ କ୍ଷୀର ଦାମ୍ ୨୧.୯ ପ୍ରତିଶତ ବୃଦ୍ଧି ପାଇଛି ଓ ଏହାର ପ୍ରଭାବ ଘିଅ ଓ ଲହୁଣୀ ଉପରେ ପଡିଛି ।
ଘିଅ ଓ ଲହୁଣୀ ଦାମ୍ କମ୍ କରିବା ନେଇ ପଶୁପାଳନ ଓ ଡାଏରୀ ବିଭାଗ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଛି । ଏହା ସହିତ ଜିଏସଟି ଫିଟମେଣ୍ଟ କମିଟିକୁ ମଧ୍ୟ ଏହି ପ୍ରସ୍ତାବ ଦିଆଯାଇଛି ଯିଏ ଜିଏସଟି ପରିଷଦ ସହିତ ଆଲୋଚନା କରି ଏହା ଉପରେ ବିଚାର କରିବ ।

ନିଜର ପ୍ରସ୍ତାବରେ ଡାଏରୀ ବିଭାଗ କହିଛି ଯଦି ଘିଅକୁ ଲଗଜୁରୀ ପ୍ରଡକ୍ଟ ଶ୍ରେଣୀରେ ରଖାଯିବ ତେବେ ଏହାଦ୍ୱାରା ଉପଭୋକ୍ତାଙ୍କ ସହିତ କୃଷକଙ୍କୁ ବି କ୍ଷତି ସହିବାକୁ ପଡିବ ।
ଇଣ୍ଡିଆନ୍ ଡାଏରୀ ଆସୋସିଏସନର ଅଧ୍ୟକ୍ଷ ରୁପିନ୍ଦର ସିଂହ ସୋଧି କହିଛନ୍ତି, ଭାରତରେ ଖାଇବା ତେଲର ମୋଟ ଆବଶ୍ୟକତାର ୭୦ ପ୍ରତିଶତ ଆମଦାନୀ ଜରିଆରେ ପୂରଣ ହୋଇଥାଏ । ପାମ୍ ଅଏଲ୍ ପରି ଉତ୍ପାଦ ଉପରେ ୫ ପ୍ରତିଶତ ଜିଏସଟି ଲଗାଯାଉଛି । ତେବେ ଆମମାନଙ୍କ ଘରେ ଉତ୍ପାଦନ ହେଉଥିବା ସାମଗ୍ରୀ ଉପରେ ଏହାଠାରୁ ୨ ଗୁଣ ଟିକସ କାହିଁକି ଆଦାୟ କରାଯାଉଛି । ତେଣୁ ଏହି ପ୍ରସ୍ତାବ ଉପରେ ଅର୍ଥ ମନ୍ତ୍ରଣାଳୟ ବିଚାର କରି ଜିଏସଟି କମ୍ କରିବାକୁ ପ୍ରସ୍ତାବ ଦିଆଯାଇଛି ।

Get real time updates directly on you device, subscribe now.