fbpx

ଷ୍ଟେନୋଗ୍ରାଫର, ଜୁନିୟର କ୍ଲର୍କ ଓ ଜୁନିୟର ଟାଇପିଷ୍ଟ ପଦ ଖାଲି: ଓଡ଼ିଶା ସରକାରଙ୍କ ପକ୍ଷରୁ ବାହାରିଲା ବିଜ୍ଞାପନ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ଓଡ଼ିଶା ସରକାରଙ୍କ ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଷ୍ଟେନୋଗ୍ରାଫର ଗ୍ରେଡ-୩, ଜୁନିୟର କ୍ଲର୍କ କମ୍ କପିଇଷ୍ଟି, ଜୁନିୟର ଟାଇପିଷ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ । ନୟାଗଡ଼ ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯୁକ୍ତତିନି ପାସ କରିଥିବେ । ଏଥିସହିତ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଡିସିଏ ପାସ୍ କରିଥିବା ଆବଶ୍ୟକ । ଚଳିତ ବର୍ଷ ଅଗଷ୍ଟ ମାସ ୧୪ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୩୮ ରହିଥିବା ଆବଶ୍ୟକ ।

ଷ୍ଟେନୋଗ୍ରାଫର ଓ ଜୁନିୟର ଟାଇପିଷ୍ଟ ପଦ ପାଇଁ ପ୍ରାର୍ଥୀଙ୍କୁ ଇଂରାଜୀ ବିଷୟରେ ୧୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ଷ୍ଟେନୋଗ୍ରାଫରଙ୍କ ପାଇଁ ଶର୍ଟହାଣ୍ଡ ଆଣ୍ଡ ଟାଇପରାଇଟିଂ ଟେଷ୍ଟ ଓ ଜୁନିୟର ଟାଇପିଷ୍ଟଙ୍କ ପାଇଁ ଟାଇପରାଇଟିଂ ଟେଷ୍ଟ ରହିଛି । ଏହାପରେ କମ୍ପ୍ୟୁଟର ସାଇନ୍ସରେ ପ୍ରାକ୍ଟିକାଲ ଟେଷ୍ଟ ଓ ଭାଇଭା ଟେଷ୍ଟ ଦେବାକୁ ପଡ଼ିବ । ଜୁନିୟର କ୍ଲକଙ୍କୁ ଇଂରାଜୀରେ ୧୦୦ ମାର୍କ, ବୀଜଗଣିତରେ ୧୦୦ ମାର୍କ, ସାଧାରଣ ଜ୍ଞାନରେ ୧୦୦ ମାର୍କ, କମ୍ପ୍ୟୁଟର ସାଇନ୍ସ ପ୍ରାକ୍ଟିକାଲରେ ୧୦୦ ମାର୍କ ଓ ଭାଇଭା ଟେଷ୍ଟରେ ୪୫ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ଇଚ୍ଛୁକ ପ୍ରାର୍ଥୀମାନେ ଅଗଷ୍ଟ ୧୪ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ସେମାନଙ୍କର ଆବେଦନ ପତ୍ର ‘ଡିଷ୍ଟ୍ରିକ୍ଟ ଜଜ, ନୟାଗଡ଼, ଓଡ଼ିଶା- ୭୫୨୦୬୯’ ଠିକଣାରେ ପଠାଇ ପାରିବେ ।

ନୋଟିଫିକେସନ ଲିଙ୍କ: https://districts.ecourts.gov.in/sites/default/files/ADVERTISEMENT%20NO.%201%20of%202023%20for%20Group-C%20posts.pdf

Get real time updates directly on you device, subscribe now.