fbpx

୫୦୦କୋଟିରେ ନିର୍ମାଣ ହୋଇଥିଲା ‘ଭୂତ ଜଙ୍କସନ’, ଏହି ରୁଟରେ ଆଜି ପର୍ଯ୍ୟନ୍ତ ଚାଲି ନାହିଁ ଗାଡି

ନୂଆଦିଲ୍ଲୀ : ବ୍ରିଟେନରେ ଏକ ଘୂର୍ଣ୍ଣୟନମାନ ମୋଟରୱେ ଏମ ୪୯ ରହିଛି ଯାହାକୁ ‘ଘୋଷ୍ଟ ଜଙ୍କସନ’ ବା ଭୂତ ଜଙ୍କସନ କୁହାଯାଏ । ଏହାକୁ ନିର୍ମାଣ କରିବାରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଏହାକୁ କେବେ ବ୍ୟବହାର କରାଯାଇନାହିଁ । ଏଠାରେ ଏ ପର୍ଯ୍ୟନ୍ତ ଏକ କାର ମଧ୍ୟ ଗତି କରି ନାହିଁ । ଏହାର ଅର୍ଥ ଏହାକୁ ଚାଲୁ କରାଯାଇ ନାହିଁ ।

ଏବନମାଉଥ ପାଖରେ ଏମ ୪୯ ଜଙ୍କସନର ନିର୍ମାଣ ହୋଇଥିଲା । ଏହାର କାମ ୨୦୧୯ରେ ଶେଷ ହୋଇଥିଲା ।  ବ୍ରିଷ୍ଟଲ ପାଖରେ ସେବର୍ନ ଏବଂ ଚିଟରିଙ୍ଗ ମଧ୍ୟରେ ନିର୍ମାଣ ହୋଇଥିଲା । ଏହାକୁ ନିର୍ମାଣ ହେବାକୁ ୩ ବର୍ଷ ଲାଗିଥିଲା । ତେବେ ଏହା ଚାଲୁ ନହେବାର କାରଣ ହେଉଛି ଏଥିରେ ଲିଙ୍କ ରୋଡ ନାହିଁ ଏବଂ ଅଧିକ ରୁଟ ମଧ୍ୟ ନାହିଁ । ଏବେ ବ୍ରିଟେନରେ ଏହାକୁ ଚାଲୁ କରିବା ପାଇଁ ଆଲୋଚନା ଚାଳିଛି । ଏହା ୧୬୦ ମିଟର ପରିସରରେ ରହିଛି ।

ଏହା ଉଦଘାଟିତ ହୋଇ ନଥିବାରୁ ଏହାକୁ ଲୋକମାନେ ଭୂତିଆ ଜକସନ ନାମ ଦେଇଛନ୍ତି । କାରଣ ଏହି ରୋଡ ଉଦଘାଟନ ହେବା ପରେ କେବେ ଚାଲୁ ହୋଇ ନଥିଲା । ଦୁଇଟି ରେଡ ଯେଉଁଠାରେ ମିଶିଥାଏ ତାହାକୁ ଜଙ୍କସନ କୁହାଯାଏ । ଏହି ଜଙ୍କସନ ନିର୍ମାଣ ହେବାର ମୂଳ ଲକ୍ଷ ଥିଲା ଏହା ରାସ୍ତାରେ ଭିଡ କମ କରିବ ।

Get real time updates directly on you device, subscribe now.