fbpx
BJD SKY
BJD SKY

ଭାରତରେ ଭୂତ କରୁଛନ୍ତି ମ୍ୟାରେଜ୍: ମୃତ୍ୟୁ ପରେ ହେଉଛି ବିବାହ, ଜାଣନ୍ତୁ ଦେଶର କେଉଁ ସ୍ଥାନରେ ରହିଛି ଏହି ପରମ୍ପରା

BJD

ନୂଆଦିଲ୍ଲୀ: ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ନୀତି ନିୟମ ରହିଥାଏ । ତେବେ ଆପଣମାନେ ଜୀବନରେ ଅନେକ ପୁଅ, ଝିଅଙ୍କ ବିବାହ ଦେଖିଥିବେ । କେବେ ଭୂତମାନେ ବିବାହ କରୁଥିବାର ଦେଖିଛନ୍ତି କି? କଥାଟି ଅଜବ ଲାଗୁଥିଲେ ହେଁ ସତ । କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଆଜି ବି ଏପରି କିଛି ପରମ୍ପରା ଜୀବିତ ରହିଛି । ସେଠାରେ ପିଲାମାନଙ୍କୁ ମୃତ୍ୟୁ ପରେ ବିବାହ କରାଯାଇଥାଏ ।

ନିକଟରେ ଦୁଇଜଣ ମୃତ ପିଲାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ତେବେ କୁହାଯାଉଛି ପିଲାମାନଙ୍କର ଆତ୍ମାର ଖୁସି ପାଇଁ ପିତାମାତା ଏପରି କରିଥାନ୍ତି । ଏହାକୁ ‘ପ୍ରେତ କଲ୍ୟାଣମ’ ବା ମୃତକଙ୍କ ବିବାହ ବୋଲି କୁହାଯାଇଥାଏ । ବର୍ତ୍ତମାନ କର୍ଣ୍ଣାଟକ ଓ କେରଳର ଅନେକ ସ୍ଥାନରେ କିଛି ସମ୍ପ୍ରଦାୟରର ଲୋକମାନେ ଏହି ପ୍ରଥାକୁ ମାନୁଛନ୍ତି ।

ଏନେଇ ଜଣେ ୟୁଟ୍ୟୁବର ନିଜର ଟ୍ୱିଟର ହ୍ୟାଣ୍ଡେଲରେ ପତିପତ୍ନୀଙ୍କ ମୃତ୍ୟୁର ୩୦ ବର୍ଷ ପରେ ମିଳନକୁ ଶେୟାର କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି, ଆଜି ମୁଁ ଏକ ବିବାହରେ ସାମିଲ ହେଉଛି । ଏହା ଟ୍ୱିଟ ପାଇଁ ଯୋଗ୍ୟ କି ନା ଆପଣ ପଚାରି ପାରିବେ । ଉଭୟ ବର ଓ କନ୍ୟା ପୂର୍ବରୁ ମରିସାରିଥିଲେ । ସେମାନଙ୍କର ମୃତ୍ୟୁ ପାଖାପାଖି ୩୦ ବର୍ଷ ପୂର୍ବରୁ ହୋଇଥିଲା ଓ ଏବେ ସେମାନଙ୍କର ବିବାହ ହୋଇଛି । ଯେଉଁମାନେ ଦକ୍ଷିଣ କନ୍ନଡ଼ ପରମ୍ପରା ସହିତ ସଂଶ୍ଲିଷ୍ଟ ନଥିବେ, ସେମାନଙ୍କୁ ଏହା ଅଜବ ଲାଗିପାରେ । ମାତ୍ର ଏହା ଏଠାକାର ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ।

Get real time updates directly on you device, subscribe now.