fbpx

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସିଲ୍ ହେଲା ଗୁଣୁପୁରୁ GIET ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର | (ଓଡିଶା ଭାସ୍କର) :  ୩ ଦିନ ପାଇଁ ବନ୍ଦ ହେଲା ଗୁଣୁପୁର ସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ ଇଂଜିନିଅରିଂ ଆଣ୍ଡ ଟେକ୍ନୋଲୋଜି ବା GIET । ବିଶ୍ୱବିଦ୍ୟାଳୟରୁ ଗତକାଲି ୨ କରୋନା ପଜିଟିଭ୍ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ଘୋଷଣା କରାଯାଇଛି । କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୁଣୁପୁରୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଶାରେ ବିଶ୍ୱବିଦ୍ୟାଳୟକୁ ସିଲ୍ କରି ଦିଆଯାଇଛି । ଆଜିଠାରୁ ଆସନ୍ତ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ରେଜିଷ୍ଟ୍ରାର କହିଛନ୍ତି । ଏନେଇ କ୍ୟାମ୍ପସ୍ ଭିତରେ ଥିବା ଛାତ୍ରଛାତ୍ରୀ, ଷ୍ଟାଫ ବାହାରକୁ ଯାଇପାରିବେ ନାହିଁ କି ବାହାରେ ଥିବା ଛାତ୍ରଛାତ୍ରୀ,ଷ୍ଟାଫ ଭିତରକୁ ଆସିପାରିବେ ନାହିଁ ।

Get real time updates directly on you device, subscribe now.