fbpx

ପ୍ରକୃତିର ବିଚିତ୍ର ଦୃଶ୍ୟ; ହିମାଳୟ ଉପରୁ ଆକାଶକୁ ଉଠୁଛି ରଙ୍ଗୀନ ଲାଇଟ୍

ନୂଆଦିଲ୍ଲୀ: ହିମାଳୟ ପର୍ବତ ଉପରେ ଦେଖାଦେଇଛି ଏକ ବିରଳ ଦୃଶ୍ୟ। ଦେଖିଲେ ଲାଗୁଛି ଯେ କେହି ତୁଳି ସାହାଯ୍ୟରେ ମହାକାଶରେ ପେଣ୍ଟିଂ ତିଆରି କରିବାକୁ ଚେଷ୍ଟା କରୁଛି। ଏହି ଅସ୍ୱାଭାବିକ ଘଟଣାକୁ ନାସା ବୈଜ୍ଞାନିକମାନେ କଏଦ କରିଛନ୍ତି। ଏହି ବଜ୍ରପାତ ବାୟୁମଣ୍ଡଳ ଉପରକୁ ଉଠୁଛି। ବିଶେଷଜ୍ଞଙ୍କ ମତରେ ମହାକାଶକୁ ଯାଉଥିବା ଏହି ବିରଳ ବିଜୁଳି ସାଧାରଣ ବିଜୁଳି ଠାରୁ ୫୦ ଗୁଣ ଅଧିକ ଶକ୍ତିଶାଳୀ। ଗତ ସପ୍ତାହରେ ଘଟିଥିବା ଏହି ମହାକାଶୀୟ ଘଟଣାକୁ ନାସା ପକ୍ଷରୁ ଛଡ଼ାଯାଇଥିଲା।

ଯେଉଁଥିରେ କିଛି ମିନିଟ୍ ମଧ୍ୟରେ ଏହି ୪ଟି ବଜ୍ରପାତ ହେଉଥିବା ଦେଖାଯାଇଛି। କହିବାକୁ ଗଲେ ଏହା କୌଣସି ସାଧାରଣ ବଜ୍ରପାତ ନୁହେଁ। ଏହି ବଜ୍ରପାତର ରଙ୍ଗ ଲାଲ ଦେଖାଯାଉଛି। ସାଧାରଣତଃ ବଜ୍ରପାତର ରଙ୍ଗ ନୀଳ ହୋଇଥାଏ। ବେଳେ ବେଳେ ବାଇଗଣୀ ଓ ଗୋଲାପୀ ରଙ୍ଗ ବି ଦେଖାଯାଇଥାଏ। ଅନେକ ସମୟରେ କମଳା ରଙ୍ଗ ମଧ୍ୟ ଦେଖାଯାଏ। ପ୍ରକୃତରେ ଏହା ହେଉଛି ଏକ ଅଭାବୀ ବିଜୁଳି। ଏହା ମେଘରୁ ତଳକୁ ଖସେ ନାହିଁ। ଏହା ଉପରକୁ ଉଠିଥାଏ। ମେଘଠାରୁ ପ୍ରାୟ ୮୦ କିଲୋମିଟର ଉଚ୍ଚରେ ଯାହାକି ଆୟୋନୋସ୍ଫିୟର ପର୍ଯ୍ୟନ୍ତ।

ଜୁନ୍ ୧୮ ରେ ଏହି ବିଚିତ୍ର ଲାଇଟ୍ ଦେଖାଦେଇଛି। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ବିପଦକୁ ବି ଦର୍ଶାଉଛି। ଗବେଷଣା ସତ୍ତ୍ୱେ ଏହି ଚମତ୍କାର ଜେଟ୍ ପଛରେ ଥିବା ନିର୍ଦ୍ଦିଷ୍ଟ ପ୍ରଣାଳୀ ଓ ଟ୍ରିଗର୍ ଅସ୍ପଷ୍ଟ ରହିଛି। ତେବେ ବାୟୁମଣ୍ଡଳର ବିଭିନ୍ନ ସ୍ତର ମଧ୍ୟରେ ବୈଦ୍ୟୁତିକ ଚାର୍ଜକୁ ସନ୍ତୁଳିତ କରିବାରେ ସେମାନଙ୍କଭୂମିକାକୁ ବୁଝାଯାଏ। ଏପରି ଘଟଣାକୁ ଅନୁଧ୍ୟାନ କରିବା ପାଇଁ ସାଧାରଣତଃ ଏକ ଦୂର କିନ୍ତୁ ଶକ୍ତିଶାଳୀ ବଜ୍ରପାତକୁ ଏକ ସ୍ପଷ୍ଟ ଦୃଷ୍ଟିକୋଣରୁ ଦେଖିବା ଆବଶ୍ୟକ।

Get real time updates directly on you device, subscribe now.