fbpx
BJD SKY
BJD SKY

(Video) ପ୍ରେମିକଙ୍କ ସହ ଝଗଡ଼ା ପରେ ବିଦ୍ୟୁତ ଟାୱାର ଉପରେ ଚଢ଼ିଗଲେ ଯୁବତୀ: ତା’ପରେ ଚାଲିଲା ହାଇ ଡ୍ରାମା

BJD

ନୂଆଦିଲ୍ଲୀ: ଆଜିକାଲିର ଯୁବକ-ଯୁବତୀ, ପୁରୁଷ-ମହିଳାଙ୍କ ମଧ୍ୟରେ ବହୁ ପ୍ରେମଜନିତ ମାମଲା ଦେଖିବାକୁ ମିଳୁଛି । କିଏ ପ୍ରେମ ପାଇଁ ନିଜର ହାତ କାଟିଲାଣି ତ ଆଉ କିଏ ରାସ୍ତା ମଝିରେ ଗୋଲାପ ଦେଇ ପ୍ରପୋଜ୍ କଲାଣି । ସେହିପରି କିଏ ଦୁଇଟା ଛୁଆର ମାଆ ହୋଇ ୨୫ ବର୍ଷ ବୟସରେ ୫୦ ବର୍ଷର ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରୁଛି ତ ଆଉ କିଏ ୬୦ ବର୍ଷ ବୟସରେ ମଧ୍ୟ ୨୦ ବର୍ଷର ଯୁବତୀଙ୍କୁ ବିବାହ କରୁଥିବା ଦେଖାଯାଉଛି ।

ତେବେ କିଛି ପୁଅ, ଝିଅ ପ୍ରେମକୁ ନେଇ ଅତ୍ୟନ୍ତ ସିରିୟସ୍ ଥାଆନ୍ତି । ତେଣୁ ଏପରି ସ୍ଥିତି ଯଦି କୌଣସି କାରଣରୁ ପାର୍ଟନରଙ୍କ ସହିତ ଝଗଡ଼ା ହୁଏ, ତେବେ କଥା ସରିଲା । ଏଭଳି କ୍ଷେତ୍ରରେ ପ୍ରେମିକ ହୁଅନ୍ତୁ ବା ପ୍ରେମିକା ନିଜକୁ ସମ୍ଭାଳି ନପାରି ମାନସିକ ସ୍ଥିତି ହରାଇ ବସନ୍ତି । ପ୍ରେମରେ ବିଫଳ ହେବା ପରେ ଅନେକ ଯୁବକ, ଯୁବତୀ ଆତ୍ମହତ୍ୟା ପରି କୁପଥକୁ ମଧ୍ୟ ବାଛି ନେଉଥିବା ଦେଖାଯାଉଛି ।

ତେବେ ଏହା ମଧ୍ୟରେ ଛତିଶଗଡ଼ରୁ ଆସିଛି ଏକ ବଡ଼ ଖବର । ପ୍ରେମିକଙ୍କ ଉପରେ ଅଭିମାନ କରି ଜଣେ ଯୁବତୀ ଏକ ବିଦ୍ୟୁତ ଟାୱାର ଉପରେ ଚଢ଼ିଯାଇଥିଲେ । ଯୁବତୀଙ୍କୁ ଯିଏ ଯେତେ ବୁଝାଇଲେ ମଧ୍ୟ ସେ ତଳକୁ ଓହ୍ଲାଇବାକୁ ଚାହିଁ ନଥିଲେ । ଏହାପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପରେ ଯୁବତୀ ଟାୱାରରୁ ଓହ୍ଲାଇ ଥାନାକୁ ଯାଇଥିଲେ । ତେବେ ପ୍ରେମିକଙ୍କ ସହ କୌଣସି କାରଣରୁ ଯୁବତୀଙ୍କର ଝଗଡ଼ା ହୋଇଥିଲା । ଏହାପରେ ଯୁବତୀ ଜଣଙ୍କ ଚାପର ବଶବର୍ତ୍ତୀ ହୋଇ ବିଦ୍ୟୁତ ଟାୱାର ଉପରେ ଚଢ଼ିଯାଇଥିଲେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.