fbpx

ଏହି ୪ଟି ଜିନିଷ କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଦୂରେଇ ଦିଏ

AAKASH

କ୍ୟାନ୍ସର ଏମିତି ଏକ ରୋଗ, ଯାହାକୁ ଥରେ ଗ୍ରାସ କଲା ସେ କିଛି ମାସ ମଧ୍ୟରେ ମରିବା ଏକପ୍ରକାର ନିଶ୍ଚିତ। କିନ୍ତୁ ଆମ ଚତୁଃପାର୍ଶ୍ୱରେ ଏମିତି କିଛି ଜିନିଷ ଅଛି, ଯେଉଁଗୁଡ଼ିକ କ୍ୟାନ୍ସରଠାରୁ ଦୂରେଇ ରଖେ। ଜାଣନ୍ତୁ ଏ ସମ୍ପର୍କରେ…

ହଳଦୀ:

ହଳଦୀରେ କୁକୁର୍ମିନ୍‌ ନାମକ ଏକ ଉପାଦାନ ରହିଥାଏ। ଯାହା କ୍ୟାନ୍ସର ରୋକିବା ଉପାଦାନ ଭାବରେ ବିବେଚନା କରାଯାଏ। ଏକ ଗ୍ଲାସ ଉଷୁମ କ୍ଷୀରରେ ଏକ ଚାମଚ ହଳଦୀ ମିଶାନ୍ତୁ। ଏହାକୁ ସକାଳେ କିମ୍ବା ରାତିରେ ଶୋଇବା ପୂର୍ବରୁ ଖାଇବା ଉଚିତ୍‌। ହଳଦୀରେ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗାଲ ଗୁଣ ରହିଛି ଯାହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।

ଅଁଳା:

ଏକ ଅଧ୍ୟୟନରୁ ଜଣାପଡ଼ିଛି, ଅଁଳାରେ ଭିଟାମିନ୍‌ ‘ଏ’ ଏବଂ ‘ସି’ ପ୍ରଚୁର ପରିମାଣରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାକୁ ପ୍ରତିଦିନ ଖାଇଲେ କ୍ୟାନ୍ସରରୁ ମୁକ୍ତି ମିଳିଥାଏ।

ଅଦା:

ସେହିପରି ଅଦା ଅତ୍ୟନ୍ତ ପ୍ରଭାବଶାଳୀ ଔଷଧ। ଯେ କୌଣସି ରୂପରେ ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ। ଅଦାକୁ କ୍ଷୀରରେ ଫୁଟାଇ ପିଇଲେ ମେଟାବେଲଜିୟମ ଭଲ ରହେ। ଏହା ରୋଗ ସହିତ ଲଢ଼ିବାରେ ସକ୍ଷମ ହୋଇଥାଏ।

ରସୁଣ:

ପ୍ରତିଦିନ ରସୁଣ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ। ପନିପରିବାରେ ପକାଇ ଖାଇବା ଅପେକ୍ଷା କଞ୍ଚା ରସୁଣ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ରସୁଣରେ କ୍ୟାନ୍ସର ରୋଗ ବିରୋଧୀ ଉପାଦାନ ରହିଥାଏ। ଏହାକୁ ପ୍ରତିଦିନ ଖାଇଲେ କ୍ୟାନ୍ସର ପରି ଭୟଙ୍କର ରୋଗରୁ ରକ୍ଷା ମିଳିବ।

Get real time updates directly on you device, subscribe now.