ମା’, ଭଉଣୀଙ୍କ ଚୁଟି ଖାଉଥିଲେ ଯୁବତୀ, ପେଟରୁ ବାହାରିଲା ପୁଳା ପୁଳା ବାଳ
ପେଟରୁ ଅଧ କିଲୋ ଚୁଟି ବାହାରିଛି। ଡାକ୍ତର ମଧ୍ୟ ଦେଖି ତାଜୁବ ହୋଇଯାଇଥିଲେ।
ଉତ୍ତରପ୍ରଦେଶ: କେବେ ଆପଣ ଶୁଣିଛନ୍ତି ପେଟରୁ ବାଳ ବା କେଶ ବାହାରିବା। ସେ ପୁଣି ପୁଳା ପୁଳା। ହେଲେ ଏଭଳି ଘଟଣା ଘଟିଛି। ଯାହାକୁ ପେଟରୁ ଅଧ କିଲୋ ଚୁଟି ବାହାରିଛି। ଡାକ୍ତର ମଧ୍ୟ ଦେଖି ତାଜୁବ ହୋଇଯାଇଥିଲେ।
ଉତ୍ତରପ୍ରଦେଶ ପ୍ରୟାଗରାଜର କୌଶାମ୍ବୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା। ଯେଉଁ ଯୁବତୀଙ୍କ ପେଟରୁ ଏହି କେଶ ବାହାରିଛି ତାଙ୍କ ନାଁ ହେଉଛି ମଞ୍ଜୁ। ତାଙ୍କୁ ୨୧ ବର୍ଷ।
ଯୁବତୀ ଜଣଙ୍କ ମାନସିକବିକାରଗସ୍ତ। ମାନିସକ ଭାରସାମ୍ୟ ହରାଇବାରୁ ସେ ତାଙ୍କ ମା’ ଭଉଣୀଙ୍କ କେଶ ଖାଆନ୍ତି। ଯେତେ ପରିବାର ଲୋକ କହିଲେ ବି ସେ ଶୁଣନ୍ତିନି। ହେଲେ କେଶ ପେଟକୁ ଯାଇ ଯୁବତୀଙ୍କୁ ଯନ୍ତ୍ରଣା ଦେବା ଆରମ୍ଭ କରିଥିଲା।
ଯୁବତୀଙ୍କ ଓଜନ ମଧ୍ୟ ବୃଦ୍ଧି ପାଇଲା। ପେଟ ମଧ୍ୟ ଫୁଲିଲା। ପରିବାର ଲୋକ ଯୁବତୀଙ୍କୁ ହସ୍ପିଟାଲ ନେଇଥିଲେ। ପରିବାର ତାଙ୍କୁ ଅନେକ ହସ୍ପିଟାଲକୁ ନେଇଗଲେ। ହସ୍ପିଟାଲରେ ଡାକ୍ତର କହିଥିଲେ ପେଟରେ ଟ୍ୟୁମର ହୋଇଛି ତୁରନ୍ତ ଅପରେସନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
କୌଣସି ଡାକ୍ତର ଝିଅଟିର ଅସ୍ତ୍ରୋପଚାର କରିବାକୁ ରାଜି ହେଲେ ନାହିଁ। ଶେଷରେ, ଝିଅଟିର ପରିବାର ତାକୁ ପ୍ରୟାଗରାଜର ନାରାୟଣ ସ୍ୱରୂପ ହସ୍ପିଟାଲକୁ ନେଇଗଲେ। ହସ୍ପିଟାଲର ବିଶେଷଜ୍ଞ ଡାକ୍ତରଙ୍କ ଏକ ଦଳ ଝିଅଟିର ସଫଳତାର ସହ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ କେଶର ଏକ ଗଣ୍ଠି ବାହାର କଲେ। ଡାକ୍ତରଙ୍କ ଅନୁସାରେ, କେଶର ଗଣ୍ଠିର ଓଜନ ପ୍ରାୟ ଅଧ କିଲୋ। ଏହା ୧.୫ ଫୁଟ ଲମ୍ବା ଏବଂ ୧୦ ସେଣ୍ଟିମିଟର ଘନ।
ଝିଅଟିର ପେଟରେ ଥିବା ଖାଦ୍ୟ ନଳୀରେର କେଶର ଏକ ଗଣ୍ଠି ଫସି ଯାଇଥିଲା, ଯାହା ଅଧା କିଲୋର ଟ୍ୟୁମର ସୃଷ୍ଟି କରିଥିଲା। ଏହାକୁ ଟ୍ରାଇକୋବେଜୋଆର କୁହାଯାଏ। ଏହି ଅପରେସନ୍ ରେ, ଝିଅଟିର ପେଟର ଖାଦ୍ୟ ସ୍ଥଳୀ ଖୋଲା ଯାଇଥିଲା। ତା’ପରେ କେଶର ଗଣ୍ଠି ବାହାର କରିବା ପରେ, ଅନ୍ତନଳୀକୁ ଧୋଇ ସଫା କରାଯାଇଥିଲା।
ଦୁଇ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଅପରେସନ୍ କରାଯାଇଥିଲା। ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।