fbpx

ଭୁବନେଶ୍ୱରରେ ଚାଞ୍ଚଲ୍ୟ :ପ୍ରେମିକ ଆଗରେ ରଶି ଲଗାଇ ଆତ୍ମହତ୍ୟା କଲା ପ୍ରେମିକା

ଭୁବନେଶ୍ୱର, ୨୫ ।୪ (ଓଡିଶା ଭାସ୍କର) : ଭୁବନେଶ୍ୱର ଆଜି ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ପ୍ରେମିକ ଆଗରେ ରଶି ଲଗାଇ ଆତ୍ମହତ୍ୟା କଲା ପ୍ରେମିକା । ଏହି ଘଟଣା ଘଟିଛି ଭୁବନେଶ୍ୱରର ଖଣ୍ଡଗିରି ଥାନା ଜାଗମରା ସିଦେ୍ଧଶ୍ୱରନଗରରେ । ଖବର ଯେ, ପ୍ରେମିକ ଏବଂ ପ୍ରେମିକା ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଯେତେବେଳେ ଏହି ଝଗଡା ସହିବାର ସୀମା ଟପିଗଲା ସେତେବେଳେ ପ୍ରେମିକା ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ । ତେବେ ମୃତ୍ୟୁବରଣ କରିଥିବା ଯୁବତୀ ଜଣକ ପଶ୍ଚିମବଙ୍ଗର ଏସ୍. ବର୍ମା ହୋଇଥିବା ଜଣାପଡିଛି । ଏହି ଘଟଣା ରେ ଏବେ ପୋଲିସ୍ ପ୍ରେମିକକୁ ଅଟକ ରଖିଛି ଏବଂ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.