fbpx

‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଯୁବତୀ ଗିରଫ, ୧୪ ଦିନ ଜେଲ

ବେଙ୍ଗାଲୁରୁ,୨୧ ।୨: ଅସାରୁଦ୍ଦିନଙ୍କ ପାର୍ଟି ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମର ମଞ୍ଚରେ ପାକିସ୍ତାନକୁ ସମର୍ଥନ କରୁଥିବା ଜଣେ ଯୁବତୀଙ୍କୁ ଗିରଫ କରାଯାଇଛି । ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଅମୂଲ୍ୟ ଲେଓନା ନାମକ ଯୁବତୀଙ୍କୁ ୧୪ ଦିନ ପାଇର୍ ଜେଲ ପଠାଯାଇଛି । ଏହା ସହ ମଞ୍ଚରେ ଯୁବତୀ ଜଣକ ନାଗରିକତା ସଂଶୋଧନ ଆଇନ ବା ସିଏଏ, ଏନଆରସି ଓ ଏନପିଆର ବିରୋଧରେ ନାରା ଦେଇଥିଲେ । ଆଇପିସିର ଧାରା ୧୨୪-ଏ ଆଧାରରେ ରାଜଦ୍ରୋହ ମାମଲା ରୁଜୁ କରି ଅମୂଲ୍ୟଙ୍କୁ ଗିରଫ କରିଛି ପୋଲିସ । ଅମୂଲ୍ୟଙ୍କୁ ପରପ୍ପାନା ଅଗ୍ରହାରାର ସେଣ୍ଟ୍ରାଲ ଜେଲରେ ରଖାଯାଇଛି । ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବାରୁ ଅମୂଲ୍ୟଙ୍କୁ ଜାମିନ ମଧ୍ୟ ମିଳିଲା ନାହିଁ ।

ଅନ୍ୟପଟେ ଅମୂଳ୍ୟଙ୍କ ପିତା କହିଛନ୍ତି ଯେ, ଝିଅ ଦେଇଥିବ ବୟାନ୍ ନିନ୍ଦାଜନକ ।’

Get real time updates directly on you device, subscribe now.